ବିବାହ ବନ୍ଧନରେ ଆବଦ୍ଧ ହେଲେ ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା
ଭୁବନେଶ୍ୱର,୧୮/୦୨: କଂଗ୍ରେସର ବରିଷ୍ଠ ନେତା ସ୍ୱର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ର ବିବାହ ବନ୍ଧନରେ ବାନ୍ଧିହେଲେ । ବୁଧବାର ମହା ଆଡମ୍ବରରେ ରାଜସ୍ଥାନର ଉଦୟପୁର୍ ପ୍ୟାଲେସରେ ବିବାହ ଅନୁଷ୍ଠିତ ହୋଇଯାଇଛି । ଅନୁଗୁଳ ବାସିନ୍ଦା ତଥା ମୁମ୍ୱାଇ ଶିଳ୍ପପତି ଶୁଭ୍ରାଂଶୁ ଶେଖର ବିଶ୍ୱାଳଙ୍କ ସହିତ ବୈଦିକ ରୀତିନୀତିରେ ବିବାହ ଆୟୋଜନ କରାଯାଇଥିଲା । ଲୁଲୁଙ୍କ ଭାଇ ତଥା ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ମହାପାତ୍ର କନ୍ୟାଦାନ କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଧର୍ମପତ୍ନୀ ମୃଦୁଳା ଠାକୁର ପ୍ରଧାନ, ପୂର୍ବତନ କେନ୍ଦ୍ରମନ୍ତ୍ରୀ କାମାକ୍ଷା ପ୍ରସାଦ ସିଂହଦେଓ, ସାଂସଦ ସଙ୍ଗିତା ସିଂହଦେଓ, ବିଜେଡି ଯୁବନେତା ଅର୍କେଶ ସିଂହଦେଓ, ଚିନ୍ମୟ କୁମାର ସାହୁ, ବିଧାୟକ ବିକ୍ରମ ପଣ୍ଡା, ପିସିସି ଉପସଭାପତି ଶୁଭେନ୍ଦୁ ମହାନ୍ତି, ଲୁଲୁ ସେନା ସଭାପତି ରାଜେନ୍ଦ୍ର ପ୍ରସାଦ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ନବ ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ସେହିପରି ଶୁଭ୍ରାଂଶୁଙ୍କ ବାପା ପବିତ୍ର ମୋହନ ବିଶ୍ୱାଳଙ୍କ ସମେତ ଅନ୍ୟ ବନ୍ଧୁବାନ୍ଧବ ମଧ୍ୟ ଯୋଗ ଦେଇ ବର ଓ କନ୍ୟାଙ୍କୁ ଆଶୀର୍ବାଦ କରିଛନ୍ତି । ଏହି ବିବାହ ଉତ୍ସବରେ ବଲିଉଡ଼୍ ଅଭିନେତ୍ରୀ ଦିଶା ପଟାନିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ ।
ମଙ୍ଗଳବାର ରାଜସ୍ଥାନର ଉଦୟପୁରରେ ଥିବା ଅଉରିକା ହୋଟେଲ୍ ଆଣ୍ଡ ରିସର୍ଟ ଉପାସନାଙ୍କ ମଙ୍ଗନ, ମେହେନ୍ଦୀ ଓ ସଙ୍ଗୀତ ଅନୁଷ୍ଠିତ ହୋଇଥିଲା ।