ସୂର୍ଯ୍ଯ ମନ୍ଦିରରେ ଯଲିଉଡର ସୁପରହିଟ୍ ଯୋଡି ମୁନା-ନମିତା

ଭୁବନେଶ୍ଵର : ଯାତ୍ରା ଜଗତର ସଫଳ , ଚର୍ଚିତ ଓ ଲୋକପ୍ରିୟ ହିଟ୍ ଯୋଡି ମୁନା ଓ ନମିତାଙ୍କୁ ଏବେ ଦେଖିବାକୁ ମିଳୁଛି ସୂର୍ଯ୍ଯ ମନ୍ଦିର ଯାତ୍ରା ପାର୍ଟିରେ । ଦୁହେଁ ଚଳିତ ବର୍ଷ ପ୍ରମୋଦ ସ୍ବାଇଁଙ୍କ ପ୍ରୟୋଜିତ ସୂର୍ଯ୍ଯ ମନ୍ଦିର ସହ ଯୋଡି ହୋଇଛନ୍ତି । ମାୟାବିନୀ ମୌସୁମୀ, ଭିତିରି କଥା ଓ ପୁଅ ଯିବ ଶାଶୁ ଘରରେ ଦୁହେଁ ପ୍ରମୁଖ ଚରିତ୍ରରେ ଅଭିନୟ କରୁଛନ୍ତି ।

କୋଣାର୍କ ଗଣନାଟ୍ଯ, ବିଶ୍ବଦରବାର, ରଂଗ ମହଲ ପରେ ନମିତା ଏବେ ଅପେରା ସୂର୍ଯ୍ଯ ମନ୍ଦିରରେ ଅଛନ୍ତି । ନମିତାଙ୍କ ବେଶ୍ ଜୀବନ୍ତ ଅଭିନୟ କରି ଯଲିଉଡ୍ ରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ସେ ରଂଗମହଲ ଅପେରାରେ ଥିବା ସମୟରେ “ସ୍ବାମୀ ମାନେ ସାବଧାନ” ନାଟକରେ ସେ ଉଚ୍ଚକୋଟିର ଅଭିନୟ କରି ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ନମିତା ଏମିତି ଜଣେ ନାୟିକା ସେ କାନ୍ଦିଲେ ଦର୍ଶକ କାନ୍ଦନ୍ତି, ହସିଲେ ଦର୍ଶକମାନେ ହସନ୍ତି । ଚରିତ୍ର ଭୂମିକାରେ ଯେତିକି ସୁନ୍ଦର ଅଭିନୟ କରିଥାନ୍ତି, ସେତିକି ସୁନ୍ଦର ସେ ରୋମାଣ୍ଟିକ ଓ ପାଥେଟିକ୍ ସିନ ମଧ୍ଯ କରିଥାନ୍ତି । ଏଥିପାଇଁ ସେ ଏକ ନମ୍ବର ଯାତ୍ରା ହିରୋଇନ ଭାବରେ ପରିଗଣିତ ହୋଇଥାନ୍ତି । ଏବେ ନମିତାଙ୍କ ଅଭିନୟ ସାଙ୍ଗରେ ତାଳ ହେବା ପାଇଁ ଅପେରା ସୂର୍ଯ୍ଯମନ୍ଦିରରେ ମୁନାଙ୍କ ସହ ଲୋକପ୍ରିୟ ଅଭିନେତା ବିନୋଦ ମଧ୍ଯ ଅଛନ୍ତି ।

ତେବେ ମୁନା ଓ ନମିତା ଯୋଡି ଘରେ ଘରେ ପରିଚିତ ଥିବାବେଳେ ସୂର୍ଯ୍ଯମନ୍ଦିର ଆସିବା ପୂର୍ବରୁ ଉଭୟେ ଅପେରା ବିଶ୍ବ ଦରବାର ଏବଂ ଧଉଳି ଗଣନାଟ୍ଯରେ ଏକାଠି ଅଭିନୟ କରି ଓଡିଶାର ଅଗଣିତ ଯାତ୍ରା ଦର୍ଶକଙ୍କ ମନକୁ ଜିଣିନେଇଛନ୍ତି ।

ସେପଟେ ଏଥର ସୂର୍ଯ୍ଯମନ୍ଦିରର ଷ୍ଟାର କାଷ୍ଟ ମଧ୍ଯ ଜବରଦସ୍ତ ରହିଛି । ବିନୋଦ, ମୁନା ଏବଂ ନମିତାଙ୍କ ସହିତ ଦୀପକ ବୋଷ, ବିରଞ୍ଚି, ସୁଧାଂଶୁ, କ୍ଷିତିଶ, ଅଭି, ବାପି, ବିଚିତ୍ର, ମକୁ, ନମିତା, ବେବିନା, ବେବି, ରୀନା, ସୁକନ୍ଯା, ଟୁକୁ, ତାରିଣୀ ପ୍ରମୁଖ କଳାକାରଙ୍କୁ ସୂର୍ଯ୍ଯମନ୍ଦିରରେ ଦେଖିବାକୁ ମିଳୁଛି ।

Leave a Reply

Your email address will not be published. Required fields are marked *