ମାଟିରେ ମିଶିଲା ଡୋନାଲ୍ଡୋ ଟ୍ରମ୍ପଙ୍କ ୩୪ ମହଲା ବିଶିଷ୍ଟ ହୋଟେଲ.. ଦେଖନ୍ତୁ ଭାଇରାଲ ଭିଡିଓ

ଓ୍ବାଶିଂଟନ୍,୧୯।୨: ମାଟିରେ ମିଶିଲା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପଙ୍କ ୩୪ ମହଲା ବିଶିଷ୍ଟ ଭବ୍ୟ ହୋଟେଲ୍ ଓ କ୍ୟାସିନୋ ଟ୍ରମ୍ଫ ପ୍ଲାଜା । ଆମେରିକାର ଆଣ୍ଟଲାଟିକ୍ ସହରରେ ଥିବା ଏହି ପ୍ଲାଜାକୁ ୩୦୦୦ ଡିନାମାଇଟ୍ ଲଗାଇ ଭାଙ୍ଗି ଦିଆଯାଇଛି।

ହୋଟେଲ୍ କସିନୋ ପାଇଁ ବେଶ୍ ଜଣାଶୁଣା ଏହି ପ୍ଳାଜାକୁ ୧୯୮୪ରେ ଖୋଲାଯାଇଥିଲା ଓ ୨୦୧୪ରେ ବନ୍ଦ କରିଦିଆଯାଇଥିଲା। ଘୁର୍ଣ୍ଣିବାତ୍ୟାରେ କ୍ଷତିଗ୍ରସ୍ତ ହୋଇ ଟ୍ରମ୍ଫ ପ୍ଲାଜା ଅଟ୍ଟାଳିକା ଅସୁରକ୍ଷିତ ହୋଇପଡିଥିଲା । ଏହାକୁ ଗତବର୍ଷ ଜୁନରେ ସହରର ମେୟର ମାର୍ଟି ସ୍ମଲ ଏହାକୁ ଧ୍ବଂସ କରିବାର ନିର୍ଦେଶ ଦେଇଥିଲେ। ଯେତେବେଳେ ଏହି ବିଲ୍ଡିଂକୁ କେବଳ ଭଙ୍ଗାଗଲା ତାହା ନୁହେଁ ସେଠାରେ ଶତାଧିକ ଲୋକ ମଧ୍ୟ ଥିଲେ, ସେମାନେ ଲାଇଭ ଷ୍ଟ୍ରିମିଂ କରୁଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।

୩୪ ମହଲା ବିଶିଷ୍ଟ ଏହି ଅଟ୍ଟାଳିକା ମାତ୍ର ୨୦ ସେକେଣ୍ଟ ମଧ୍ୟରେ ଭାଙ୍ଗି ମାଟିରେ ମିଶିଗଲା । ବୁଧବାର ସକାଳ ୯ଟା ବେଳେ ଆଖପାଖର ବିଲ୍ଡିଂରେ ପୁଣିଥରେ ଲଗାତାର ବହୁ ବିସ୍ଫୋରଣ କରାଯାଇଥିଲା, ଯାହାଫଳରେ ପୁରା ବିଲ୍ଡିଂ ଭୁଶୁଡି ଯାଇଥିଲା। ସେପଟେ ସ୍ଥନୀୟ ମେୟରଙ୍କ କହିବାକଥା, ଏହି ବିଲ୍ଡିଂ ଭାଙ୍ଗିବା ପରେ ଏହାର ଭଗ୍ନାଶଂ ପ୍ରାୟ ୮ମହଲା ଉଚ୍ଚାର ଗଦା ହୋଇ ରହିଛି । ଆଉ ଏହାକୁ ସଫା କରିବା ପାଇଁ ଜୁନ୍ ମାସ ଯାଏ ସମୟ ଲାଗିବ ।

ଉଲ୍ଲେଖନୀୟ ଯେ, ଟ୍ରମ୍ପ ନିଜେ ହଲିଉଡ ଫିଲ୍ମରେ କାମ କରିସାରିଛନ୍ତି। ଏହି ପ୍ଲାଜାକୁ ମଧ୍ୟ ଏକ ପ୍ରସିଦ୍ଧ ଫିଲ୍ମରେ ଦେଖିବାକୁ ମିଳିସାରିଛି। ଓସିଆନ୍ ୧୧’ ଫିଲ୍ମରେ ଟ୍ରମ୍ପ ପ୍ଲାଜା ଦେଖିବାକୁ ମିଳିଥିଏା। ଫିଲ୍ମରେ ବ୍ରାଡ ପିଟ୍, ଜର୍ଜ କର୍ଲୁନି, ଜୁଲିଆ ରର୍ବଟ ପ୍ରମୁଖ ଷ୍ଟାରଙ୍କୁ ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *