କଂଗ୍ରେସର ଏକାଉଣ୍ଟ ଖାଲି , ପାଣ୍ଠି ସଂଗ୍ରହ ପାଇଁ ଚିନ୍ତାରେ ନେତା

ନୂଆଦିଲ୍ଲୀ ୨୦/୦୨ : କଂଗ୍ରେସର ଦଳୀୟ ପାଣ୍ଠି ଏବେ ପୁରା ଖାଲି ଦେବାକୁ ଯାଉଛି । ୨୦୧୪ ନିର୍ବାଚନ ପରଠାରୁ ଦଳ ବ୍ୟାପକ ଆର୍ଥିକ ସଙ୍କଟ ଦେଇ ଗତି କରୁଛି । କଂଗ୍ରେସ ଶାସିତ ରାଜ୍ଯ ସରକାରମାନଙ୍କୁ ଏହି ସଙ୍କଟ ଦୂର କରିବା ପାଇଁ କଂଗ୍ରେସ ନିବେଦନ କରିଛି ।

ଏସଂକ୍ରାନ୍ତରେ କଂଗ୍ରେସ ଏଆଇସିସି ବୈଠକରେ ବିଷଦ ଆଲୋଚନା ହୋଇଛି । ଏହି ବୈଠକରେ କଂଗ୍ରେସ ରାଜ୍ୟ ଶାଖାର କିଛି ନିର୍ଦ୍ଧିଷ୍ଟ ନେତା ଯୋଗଦେଇଥିଲେ । ଏହା ସହିତ ପରିଚାଳନା ସଦସ୍ଯମାନେ ଏ ସଂକ୍ରାନ୍ତରେ ମହାରାଷ୍ଟ୍ର, ଝାଡଖଣ୍ଡ ଏବଂ ପଞ୍ଜାବର ବରିଷ୍ଠ କଂଗ୍ରେସ ନେତାମାନଙ୍କୁ ଭେଟିବା ସହିତ ସମସ୍ତ ମନ୍ତ୍ରୀ ଓ ଦଳର ବରିଷ୍ଠ ନେତାମାନଙ୍କୁ ଭେଟି ଆଲୋଚନା କରିଥିବା ଜଣାପଡିଛି ।

ଏହି ଏଆଇସିସି ବୈଠକ ରାଜ୍ୟ ସଭାପତି ଚୟନ କିମ୍ବା ନୋମିନେସନ୍‌ ପାଇଁ ଅନୁଷ୍ଠିତ ହୋଇଥିଲା । ହେଲେ ଏହା ପରେ ଦଳ କିଭଳି ଭାବେ ଆର୍ଥିକ ସଙ୍କଟରୁ ମୁକୁଳିବ ସେ ନେଇ ଆଲୋଚନା ହୋଇଥିଲା । ଏଥିରେ ଦଳ ପାଇଁ ପାଣ୍ଠି ସଂଗ୍ରହକୁ ଗୁରୁତ୍ବ ଦେବାକୁ ଦଳର ସଦସ୍ୟମାନଙ୍କୁ କୁହାଯାଇଥିଲା ।

ତେବେ ବିଜେପି କେନ୍ଦ୍ର ତଥା ବହୁ ରାଜ୍ଯରେ ଶାସନ କରୁଥିବାବେଳେ କଂଗ୍ରେସ କେବଳ ଛତିଶଗଡ, ପଞ୍ଚାବ ଏବଂ ରାଜସ୍ଥାନରେ ସରକାରରେ ରହିଛି । ପଣ୍ଡିଚେରୀରେ କଂଗ୍ରେସର ସରକାର ସଂକଟ ମଧ୍ଯରେ ରହିଛି । ସେପଟେ ମହାରାଷ୍ଟ୍ର ଏବଂ ଝାଡଖଣ୍ଡରେ ଶାସକ ଶିବସେନା, ଏନସିପି ଏବଂ ଜେଏମଏମ୍ ଦଳ ସହିତ ମେଣ୍ଟରେ ରହିଛି । ତେବେ ଏହି ସମସ୍ତ ରାଜ୍ଯ ସରକାରଙ୍କୁ ଦଳକୁ ପାଣ୍ଠି ପ୍ରଦାନ ପାଇଁ କୁହାଯାଇଥିବାବେଳେ ସମସ୍ତ ଏମପି ଏବଂ ଏମଏଲଏ ମାନଙ୍କୁ ଅଣସରକାରୀ ସଂସ୍ଥା ତଥା ବିଭିନ୍ନ ବ୍ଯବସାୟୀକ ପ୍ରତିଷ୍ଠାନ ଠାରୁ ପାଣ୍ଠି ସଂଗ୍ରହ କରିବା ପାଇଁ କୁହାଯାଇଛି ।

ତେବେ ବର୍ତ୍ତମାନ କ୍ଷମତାରେ ଥିବା ବିଜେପି ସବୁଠାରୁ ଧନୀ ଦଳ ଭାବେ ବିବେଚିତ ହୋଇଛି । ୭୪୨.୧୫ କୋଟି ସହ ପ୍ରଥମ ସ୍ଥାନ​‌ରେ ରହିଛି ବିଜେପି ଯେଉଁଥିରେ ୬୯୮.୧୦ କୋଟି ଟଙ୍କାର କର୍ପୋରେଟ୍‌ ଫଣ୍ଡ ରହିଛି । ଏହା ପରକୁ କଂଗ୍ରେସ ୧୪୮.୫୮ କୋଟି ଟଙ୍କା ସହିତ ଦ୍ବିତୀୟ ସ୍ଥାନରେ ରହିଛି । କଂଗ୍ରେସର କର୍ପୋରେଟ୍ ଫଣ୍ଡ ରହିଛି ୧୨୨.୫୦ କୋଟି ଟଙ୍କା । ତୃତୀୟ ସ୍ଥାନରେ ରହିଛି ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ପାର୍ଟି । ଦଳର ମୋଟ ପାଣ୍ଠି ହେଉଛି ୪୪.୨୬ କୋଟି ଯେଉଁଥିରେ ୪୨.୯୯ କୋଟି ଟଙ୍କାର କର୍ପୋରେଟ୍‌ ଫଣ୍ଡ ରହିଛି । ୧୨.୦୫ କୋଟି ଟଙ୍କାର ପାଣ୍ଠି ସହ ଶରଦ ପାଓ୍ବାରଙ୍କ ଏନସିପି ଚତୁର୍ଥ ସ୍ଥାନରେ ରହିଛି । ଏହା ପରକୁ ସିପିଏମ୍‌ ଦଳ ନିକଟରେ ୩.୦୩ କୋଟି ଟଙ୍କାର ପାଣ୍ଠି ରହିଛି ।

Leave a Reply

Your email address will not be published. Required fields are marked *