ଗୁଜୁରାତରେ ଦୁର୍ଘଟଣାରେ ଚାଲିଗଲା ଓଡିଆ ପଥର କାରିଗରଙ୍କ ଜୀବନ, ଅଧୁରା ରହିଲା ମାଆଙ୍କ ଚିକିତ୍ସା

ନୀଳଗିରି ୨୦।୦୨ : (ସଂକେତ୍ ଟିଭି) ଅର୍ଥ ଉପାର୍ଜନ କରି ରୋଗୀଣା ମାଆର ଚିକିତ୍ସା ପାଇଁ ଓଡ଼ିଆ ପଥର କାରିଗର ଚାଲିଯାଇଥିଲେ ସୁଦୂର ଗୁଜୁରାତକୁ । ହେଲେ ସେଠାରେ ସେ ଟ୍ରକ୍ ଧକ୍କାରେ ପ୍ରାଣ ହରାଇଛନ୍ତି । ଯୁବକ ଜଣକ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଅଧୀନରେ ଥିବା କାଣ୍ଡଗରଡ଼ି ପଂଚାୟତ ଚିନ୍ତାମଣି ପୁର ଗ୍ରାମ ରେ ବାଇଧର ନାଥ ଙ୍କର ପୁତ୍ର ମାଧବ ।

ସୂଚନା ଅନୁସାରେ, ଘର ର ଆର୍ଥିକ ଅନଟନ ପାଇଁ ସୁଦୂର ଗୁଜରାଟ କୁ ପଥର କାରିଗର କାମ କରିବାକୁ ଯାଇଥିଲେ ମାଧବ। ଯାହାକିଛି ଅର୍ଥ ଉପାର୍ଜନ କରିବେ ରୋଗଣା ମାଆକୁ ଚିକିତ୍ସା କରିବେ ବୋଲି ଭାବିଥିଲେ। ହେଲେ ବିଧିର ବିଧାନ ଥିଲା ବିଚିତ୍ର। ଗତ ୧୭ ତାରିଖ ଦିନ ଘରୁ ଗୁଜୁରାଟର ଧରମ ପୁର ଅଞ୍ଚଳ ରେ ପହଁଞ୍ଚିଥିଲେ। ପ୍ରଶାସନ ର କୋଭିଡ କଟକଣା ପାଇଁ ଗତ ୧୮ତାରିଖ ରେ କୋଭିଡ ପରୀକ୍ଷା କରିବାକୁ ଯାଇଥିଲେ। ତେଣୁ ସେଠି ଏକ ମୋଟର ସାଇକେଲ ଜରିଆରେ ମାଧବ ଓ ତାଙ୍କ ସହଯୋଗୀ ମୟୁରଭଞ୍ଜ ଜିଲ୍ଲାର ଆଉ ଜଣେ ପଥର କାରିଗର ଦୁହେଁ ସ୍ଥାନୀୟ କୋଭିଡି ଡାକ୍ତରଖାନାକୁ ଯାଉଥିବା ସମୟରେ ପଛରୁ ଏକ ଟ୍ରକ ଧକ୍କା ଦେଇଥିଲା। ମାଧବଙ୍କର ମୃତ୍ୟୁ ହୋଇଥିବା ବେଳେ ସହଯୋଗୀ ଗୁରୁତର ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟ ଜଣେ କାରିଗର ବରୁଣ କୁମାର ବାରିକ ଙ୍କ ସହଯୋଗ କ୍ରମେ ଆଜି ମାଧବର ମର ଶରୀର ଫ୍ଲାଇଟ ମାଧ୍ୟମରେ ଭୁବନେଶ୍ୱର ଠାରେ ପହଁଚିଥିଲା । ସେଠାରୁ ଆମ୍ବଲାନ୍ସ ଜରିଆରେ ଘରକୁ ଅଣାଯିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ବହୁ କାରିଗର ତଥା ଅଞ୍ଚଳବାସୀ ତାଙ୍କର ମୃତ ଶରୀର କୁ ଅନ୍ତିମ ଦର୍ଶନ କରିବା ସହ ପରିବାରଙ୍କୁ ସମବେଦନା ଜଣାଇଥିଲେ। ପରିବାରର ରୋଜଗାରକ୍ଷମ ପୁଅ ଗଲାପରେ ପରିବାର ଲୋକ ଦୁଃଖରେ ଭାଙ୍ଗିପଡିଥିବା ବେଳେ ମୃତକ ଙ୍କ ପରିବାର କୁ ସରକାରୀ ସହାୟତା ଯୋଗାଇଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *