ଓଡିଶାରେ ପୁଣି ହେବ ଲକ୍ ଡାଉନ୍ ! କରୋନାର ନୂଆ ଷ୍ଟ୍ରେନକୁ ନେଇ ଚିନ୍ତାରେ ସରକାର

ଭୁବନେଶ୍ବର ୨୦।୨: ( ସଂକେତ ଟିଭି) କରୋନାର ନୂଆ ଷ୍ଟ୍ରେନକୁ ନେଇ ସାରା ଦେଶରେ ଏବେ ଭୟର ବାତାବରଣ ଥିବାବେଳେ ଓଡିଶା ସରକାର ମଧ୍ଯ ଚିନ୍ତା ପ୍ରକଟ କରିଛନ୍ତି । ତେବେ ରାଜ୍ୟରେ ଯଦି କରୋନା ଆକ୍ରନ୍ତଙ୍କ ସଂଖ୍ଯା ବୃଦ୍ଧି ପାଏ ତେବେ ପୁଣିଥରେ ରାଜ୍ଯରେ ଲକ୍ ଡାଉନ କରାଯିବ। ଡିଏମଇଟି ସିବିକେ ମହାନ୍ତି କରୋନାର ନୂଆ ଷ୍ଟ୍ରେନ୍ ନେଇ ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି ।

ମହାରାଷ୍ଟ୍ରରେ ବଢୁଥିବା କରୋନା ସଂକ୍ରମଣ ମାମଲାକୁ ଦେଖି ଗତକାଲି ଓଡିଶା ସରକାର ସତର୍କ ହୋଇ ସାନି ସତର୍କତା ଜାରି କରିଥିଲେ । କରୋନା ସଂକ୍ରମଣ ବୃଦ୍ଧି ନେଇ ସ୍ଵାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସବୁ ଜିଲ୍ଲାପାଳ, ପୋଲିସ ପ୍ରଶାସନ ଓ ସ୍ଵାସ୍ଥ୍ୟ ବିଭାଗଙ୍କୁ ଚିଠି ଲେଖିଥିଲେ ।

ମହାରାଷ୍ଟ୍ର ଓ କେରଳରେ କିଛି ସ୍ଥାନରେ ଲକ୍ ଡାଉନ୍ ହୋଇଛି । ଅନ୍ୟ ରାଜ୍ୟରେ କରୋନାର ପ୍ରାଦୁର୍ଭାବ ଦେଖିବାକୁ ମିଳିବାରୁ ଓଡିଶାରେ ମଧ୍ୟ କରୋନା ପ୍ରକୋପ ବଢିପାରେ। ତେଣୁ ସତର୍କ ନହେଲେ କିମ୍ବା ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ନନେଲେ କରୋନା ବଢିପାରେ ବୋଲି ରାଜ୍ୟ ସରକାର କହିଥିଲେ । ସ୍ଥିତି ଉପରେ ନଜର ରଖି ସଂକ୍ରମଣ ଯେମିତି ନବଢେ କଡା ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର।

ତେବେ ବର୍ତ୍ତମାନ ରାଜ୍ୟରେ ଲକ୍ ଡାଉନ୍ ର ଆବଶ୍ୟକତା ନାହିଁ । ଏବେ କମ୍ କେସ୍ ଆସୁଥିବାରୁ ଲକ୍ ଡାଉନ୍ ର ଆବଶ୍ୟକତା ନାହିଁ । କେସ୍ ବଢିଲେ ଲକ୍ ଡାଉନ୍ କଥା ବିଚାର କରାଯିବ । କରୋନାର ନୂଆ ଷ୍ଟ୍ରେନ୍ ନେଇ ଡିଏମଇଟି ସିବିକେ ମହାନ୍ତି ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି । ସରକାର ସମସ୍ତ ସ୍ଥିତି ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *