ଭାରତରେ ଚିହ୍ନଟ ହେଲା ପୂର୍ବଠାରୁ ଅଧିକ ବିପଦଜନକ ୨୪୦ ପ୍ରକାରର ନୂଆ କରୋନା ଭୂତାଣୁ

ନୂଆଦିଲ୍ଲୀ,୨୧/୦୨: ଭାରତରେ କୋରୋନା ଭାଇରସର ୨୪୦ ପ୍ରକାରର ନୂଆ ଷ୍ଟ୍ରେନ ବା ଭୂତାଣୁ ଚିହ୍ନଟ ହୋଇଛି । ନୂଆ ଷ୍ଟ୍ରେନ୍ ପୂର୍ବପେକ୍ଷା ଅଧିକ ସଂକ୍ରାମକ ହୋଇପାରେ ବୋଲି ଏମ୍ସ ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ ଆଶଙ୍କା ପ୍ରକାଶ କରିଛନ୍ତି ।

ଗୁଲେରିଆ କହିଛନ୍ତି ଯେ, ଭାରତରେ କୋରୋନା ଭୂତାଣୁ ବିରୁଦ୍ଧରେ ହର୍ଡ ଇମ୍ୟୁନିଟି ତିଆରି କରିବା କଳ୍ପନା ମାତ୍ର । କାରଣ ଏଥିପାଇଁ ୮୦ ପ୍ରତିଶତ ଜନସଂଖ୍ୟାରେ କୋରୋନା ଭୂତାଣୁ ବିରୋଧରେ ଆଣ୍ଟିବଡି ତିଆରି କରିବା ଆବଶ୍ୟକ, ଯାହା ହାର୍ଡ ଇମ୍ୟୁନିଟି ଅନ୍ତର୍ଗତ ସମଗ୍ର ଜନସଂଖ୍ୟାର ସୁରକ୍ଷା ପାଇଁ ଆବଶ୍ୟକ ଅଟେ ।

ମହାରାଷ୍ଟ୍ରରେ ଚିହ୍ନଟ ହୋଇଥିବା କୋରୋନାର ନୂତନ ଷ୍ଟ୍ରେନ୍ ଅଧିକ ସଂକ୍ରାମକ ଏବଂ ବିପଜ୍ଜନକ ପ୍ରମାଣିତ ହୋଇପାରେ । ସଂକ୍ରମଣରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କୁ ମଧ୍ଯ ନୂତନ ଷ୍ଟ୍ରେନ୍ ପୁନଃ ସଂକ୍ରମିତ କରିପାରେ । କରୋନା ଭୂତାଣୁର ନୂତନ ମ୍ୟୁଟେଶନ କିମ୍ବା ଷ୍ଟ୍ରେନ୍ ଭୂତାଣୁ ବିରୋଧରେ ଶରୀରରେ ତିଆରି ହେଉଥିବା ପ୍ରତିରୋଧୀ କ୍ଷମତାରୁ ରକ୍ଷା ପାଇବା ପାଇଁ ଏକ ଉପାୟ ଖୋଜି ନେଇଥାଏ । ଏହିପରି ଷ୍ଟ୍ରେନ୍ ଯେଉଁମାନେ ଇମ୍ୟୁନିଟି ହାସଲ କରିଛନ୍ତି କିମ୍ବା ଟିକା ମାଧ୍ୟମରେ ସଂକ୍ରମଣରୁ ପୁନରୁଦ୍ଧାର ପାଇଁ ଆଣ୍ଟିବଡି ପାଇଥିବା ଲୋକଙ୍କୁ ପୁନର୍ବାର ସଂକ୍ରମିତ କରିପାରନ୍ତି । ଏଭଳି ପରିସ୍ଥିତିରେ ଲୋକଙ୍କୁ ପୂର୍ବ ପରି କରୋନା ପ୍ରତି ସତର୍କ ରହିବା ଉଚିତ୍ ବୋଲି ଡକ୍ଟର ଗୁଲେରିଆଙ୍କୁ କହିଛନ୍ତି ।

ସେପଟେ ମହାରାଷ୍ଟ୍ରର କୋଭିଡ ଟାସ୍କଫୋର୍ସର ସଦସ୍ୟ ଡକ୍ଟର ଶଶାଙ୍କ ଯୋଶୀ କହିଛନ୍ତି ଯେ, ରାଜ୍ୟରେ କୋରୋନାର ୨୪୦ଟି ନୂଆ ଷ୍ଟ୍ରେନ୍ ଦେଖିବାକୁ ମିଳିଛି । ଏହାକୁ ଗତ ସପ୍ତାହରୁ ମହାରାଷ୍ଟ୍ରରେ ମାମଲା ବୃଦ୍ଧି ହେବାର ଏକ ଗୁରୁତ୍ୱପୂର୍ଣ୍ଣ କାରଣ ବୋଲି ମନେ କରାଯାଉଛି । ଟିକାକରଣର ପ୍ରଥମ ପର୍ଯ୍ୟାୟରେ ସରକାର ପ୍ରାୟ ୩ କୋଟି ସ୍ୱାସ୍ଥ୍ୟ କର୍ମୀଙ୍କୁ ଟିକା ଦେବାର ଯୋଜନା କରିଛନ୍ତି ।

ମହାରାଷ୍ଟ୍ର ବ୍ୟତୀତ କେରଳ, ମଧ୍ୟପ୍ରଦେଶ, ଛତିଶଗଡ ଏବଂ ପଞ୍ଜାବରେ କୋରୋନା ମାମଲାରେ ତୀବ୍ର ବୃଦ୍ଧି ଘଟିଛି । ଟିକାକରଣ ମାଧ୍ୟମରେ କୋରୋନା ସଂକ୍ରମଣର ଶୃଙ୍ଖଳା ଭାଙ୍ଗି ସରକାର ହର୍ଡ ଇମ୍ୟୁନିଟି ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି ।

Leave a Reply

Your email address will not be published. Required fields are marked *