ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ସିବିଆଇ ସକ୍ରିୟ, ମମତା ଦିଦିଙ୍କ ପୁତୁରା ବୋହୁକୁ ଜାରି କଲା ସମନ୍

କୋଲକାତା,୨୧/୦୨: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଲାଗିଛି ଆଉ ଏକ ବଡ ଝଟକା । ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ଘରେ ପଶି ସିବିଆଇ କୋଇଲା ଚୋରା ଚାଲାଣ ମାମଲାରେ ଅଭିଷେକଙ୍କ ସ୍ତ୍ରୀଙ୍କୁ ସମନ ଜାରି କରିଛି।

ରବିବାର ସିବିଆଇର ଏକ ଟିମ୍ କୋଇଲା ଚୋରାଚାଲାଣ ମାମଲାରେ ସମନ ଜାରି କରିବାକୁ ଦକ୍ଷିଣ କୋଲକାତାରେ ଥିବା ଅଭିଷେକଙ୍କ ବାସଭବନ ଯାଇଥିଲା । ସେଠାରେ ଦିଦିଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ସ୍ତ୍ରୀ ରୁଜିରା ବାନାର୍ଜିଙ୍କୁ ସିବିଆଇ ସମନ ଜାରି କରିଥିଲା । ତେବେ ପ୍ରଥମ ଥର ପାଇଁ ଏହି ମାମଲାରେ ରୁଜିରାଙ୍କୁ ସିବିଆଇ ନୋଟିସ ପଠାଇଛି । ତେବେ ପଚରାଉଚରା ଲାଗି ୨୪ ଘଣ୍ଟା ମଧ୍ୟରେ ହାଜର ହେବାକୁ ସିବିଆଇ ଏହି ନୋଟିସ୍ କରିଛି ।

ର୍ବରୁ ମଧ୍ୟ ସିବିଆଇ ଅଭେଷକଙ୍କ ନିକଟତରଙ୍କ ବିରୋଧରେ ବିଭିନ୍ନ ସ୍ଥାନରେ ଚଢାଉ କରିସାରିଛି ।୨୦୨୦ ଡିସେମ୍ବର ୩୧ରେ କୋଲକାତାରେ ତୃଣମୂଳ କଂଗ୍ରେସର ସାଧାରଣ ସମ୍ପାଦକ ବିନୟ ମିଶ୍ରଙ୍କ ଘରେ ଚଢାଉ କରାଯାଇଥିଲା । ବିନୟ ମିଶ୍ର ଅଭିଷକଙ୍କ ବେଶ ନିକଟତର । ସେହିପରି ୨୦୨୦ ନଭେମ୍ବର ୨୮ରେ କୋଲକାତା ସମେତ ୩ଟି ରାଜ୍ୟର ପାଖାପାଖି ୪୦ରୁ ଅଧିକ ସ୍ଥାନରେ ଚଢାଉ କରିଥିଲା ସିବିଆଇ । ପଶ୍ଚିମବଙ୍ଗର କୋଲକାତା ସହ ଆସନସୋଲ୍, ଦୁର୍ଗାପୁର ଓ ରାଣୀଗଞ୍ଜ ଆଦି ଅଞ୍ଚଳରେ ରେଡ୍ ହୋଇଥିଲା ।

Leave a Reply

Your email address will not be published. Required fields are marked *