ପୁଣି ପୁତ୍ର ସନ୍ତାନକୁ ଜନ୍ମ ଦେଲେ କରିନା କପୁର

ମୁମ୍ବାଇ,୨୧/୦୨: ପୁଣି ପୁତ୍ର ସନ୍ତାନର ଜନନୀ ହେଲେ କରିନା କପୁର। ରବିବାର ଦିନ କରିନା କପୁର ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି । ଏହା ସହିତ ଅଭିନେତା ସୈଫ ଅଲ୍ଲୀ ଖାନ ଓ ଅଭିନେତ୍ରୀ କରିନା କପୁର ଦ୍ବିତୀୟ ସନ୍ତାନର ପିତାମାତା ହୋଇଛନ୍ତି । ଏହା ସହିତ ଆଜି ଫେସ୍‌ବୁକ୍‌ ଇନ୍‌ଷ୍ଟା ଟ୍ୱିଟର ସବୁଠି ଏବେ କରୀନା-ସୈଫ ଟ୍ରେଣ୍ଡ କରୁଛନ୍ତି । ଖାଲି କରୀନା-ସୈଫ୍‌ ନୁହଁନ୍ତି, ପ୍ରଥମ ସନ୍ତାନ ତୈମୁରର ଫଟୋ ମଧ୍ୟ ବେଶ୍‌ ଭାଇରାଲ ହେଉଛି ।

ଉଭୟେ ୨୦୨୦ ଅଗଷ୍ଟରେ ଦ୍ୱିତୀୟ ସନ୍ତାନ ନେଇ ଘୋଷଣା କରିଥିଲେ । ସୋସିଆଲ ମିଡିଆରେ ପୋଷ୍ଟ କରି ଦ୍ୱିତୀୟ ସନ୍ତାନ ପାଇଁ ଆଉ ଅପେକ୍ଷା କରିହେଉ ନାହିଁ ବୋଲି କହିଥିଲେ କରିନା । ଆଜି ଭୋର୍‌ ୪.୪୫ ମିନିଟ୍‌ରେ ମୁମ୍ବାଇର ବ୍ରିଚ୍‌ କ୍ୟାଣ୍ଡି ହସ୍‌ପିଟାଲ୍‌ରେ ଭର୍ତ୍ତି ହେବା ପରେ କରୀନା ଏହି ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି।

ଆଜି ଏହି ସୁଖବର ଘୋଷଣା କରିଛନ୍ତି କରୀନାଙ୍କ ପିତା ରଣଧୀର କପୁର। ସେ କହିଛନ୍ତି, କରୀନାର ପୁଅଟିଏ ହୋଇଥିବା ଖବର ସତ। ଏହି ସୁସମ୍ବାଦରେ ଆମେ ସବୁ ହର୍ଷୋତ୍‌ଫୁଲ୍ଲିତ। କରୀନା ଦ୍ୱିତୀୟ ସନ୍ତାନ ହୋଇଥିବା ଜାଣି ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲ୍‌କୁ ଆମେ ଯାଉଛୁ।

କେବଳ ଫ୍ୟାନ୍ସ ନୁହେଁ ବଲିଉଡ୍ ଜଗତର ଅନେକ ସେଲିବ୍ରିଟି ମଧ୍ୟ କରିନା ଓ ସୈଫଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ସେପଟେ କରୀନାଙ୍କ ଆଉ ଏକ ପୁତ୍ର ଜନ୍ମ ନେବା ପରେ ଏବେ ସୋସିଆଲ ମିଡିଆରେ ତା’ର ନାମ କରଣକୁ ନେଇ ବେଶ ଆଲୋଚନା ଆରମ୍ଭ ହୋଇଛି । ତୈମୁରର କ୍ୟୁଟ୍‌ନେସ୍‌କୁ ନେଇ ଯେଭଳି ସୋସିଆଲ ମିଡିଆ ଉଠିଲା ପଡ଼ିଲା, ଠିକ୍‌ ସେହିଭଳି ଏବେ ତୈମୁର ସାନ ଭାଇର ନାମ କରଣକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ନବାବ ଖାନ୍‌ଦାନ୍‌ର ହୋଇଥିବାରୁ ୟୁଜର୍ସମାନେ ଠିକ୍‌ ସେହିଭଳି ନାଁ ହିଁ ସଜେଷ୍ଟ କରୁଛନ୍ତି । ଲାଗୁଛି ଯେମିତି ୟୁଜର୍ସମାନେ ହିଷ୍ଟ୍ରିରୁ ନାଁ ଖୋଜି ଖୋଜି ବାହାର କରୁଛନ୍ତି । ସେହି ନାଁ ଗୁଡ଼ିକ ମଧ୍ୟରେ ସବୁଠୁ ଆଗରେ ରହିଛି ଔରଙ୍ଗଜେବ୍‌ । ତୈମୁର ପରେ ସୈଫ୍‌ଙ୍କ ଘରକୁ ଆସିଲା ଔରଙ୍ଗ୍‌ଜେବ । ଏଭଳି ଅନେକ ପୋଷ୍ଟ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ଖାଲି ଔରଙ୍ଗଜେବ୍‌ ନୁହେଁ ବାବର, ମହମ୍ମଦ ଆଜାମ୍‌ ସାହ, ବାହାଦୁର ସାହ, ଜାହାନ୍ଦର ସାହ ଏଭଳି ଅନେକ ନାମ ସୋସିଆଲ ମିଡିଆରେ ଏବେ ଘୁରି ବୁଲୁଛି ।

ସ୍ମରଣଯୋଗ୍ୟ, ୨୦୧୬ରେ ସୈଫ୍‌ ଓ କରୀନା ସେମାନଙ୍କର ପ୍ରଥମ ସନ୍ତାନ ‘ତୈମୁର୍‌’କୁ ସ୍ୱାଗତ କରିଥିଲେ।

Leave a Reply

Your email address will not be published. Required fields are marked *