ଅଷ୍ଟ୍ରେଲିଆନ ଓପନ ଟାଇଟଲ ଜିତିଲେ ନୋଭାକ ଜୋକଭିକ

ମେଲବର୍ଣ୍ଣ,୨୧/୦୨: ସର୍ବିଆନ ଟେନିସ ଷ୍ଟାର ନୋଭାକ ଜୋକଭିକ ନବମ ଥର ପାଇଁ ଜିତିଲେ ଅଷ୍ଟ୍ରେଲିଆନ ଓପନ ଟାଇଟଲ । ପୁରୁଷ ଏକକ ବର୍ଗରେ ଋଷିଆର ଡାନିଲ ମେଡେଭେଡବଙ୍କୁ ୭-୫, ୬-୨ ଏବଂ ୬-୨ ସେଟ୍‌ରେ ହରାଇ ବନିଲେ ଚମ୍ପିଆନ । ଏହା ଜୋକଭିକଙ୍କ ୧୮ତମ ଗ୍ରାଣ୍ଡସ୍ଲାମ ଟାଇଟଲ ।

ମେଦଭେଦେଭ ଜଣେ ଭଲ ଖେଳାଳି ହୋଇଥିଲେ ହେଁ ଜୋକୋଭିକ୍‌ଙ୍କ ମୁକାବିଲା କରିବାରେ ବିଫଳ ହୋଇଥିଲେ। ପ୍ରଥମ ସେଟ୍‌ରୁ ମେଦେଭେଦେଭଙ୍କ ଖରାପ ପ୍ରଦର୍ଶନ ଆରମ୍ଭ ହୋଇଥିଲା। ଶେଷରେ ସେ ଜୋକୋଭିକଙ୍କଠାରୁ ପରାଜିତ ହୋଇଥିଲେ। ଜୋକୋଭିକ୍‌ ଲଗାତାର ୩ୟ ଥର ଏବଂ ସର୍ବାଧିକ ୯ଥର ଅଷ୍ଟ୍ରେଲିଆନ୍‌ ଓପନ ଜିତିବାରେ ବିଶ୍ଵର ପ୍ରଥମ ଖେଳାଳି।

ସେପଟେ ରୋଜର ଫେଡରର ଏବଂ ରାଫେଲ ନାଡାଲ ସର୍ବାଧିକ ୨୦ଟି ଲେଖାଏଁ ଗ୍ରାଣ୍ଡ ସ୍ଲାମ ଟାଇଟଲ ଅର୍ଜନ କରି ପ୍ରଥମ ସ୍ଥାନରେ ଥିବାବେଳେ ଜୋକଭିକ ୧୮ଟି ଗ୍ରାଣ୍ଡସ୍ଲାମ ଟାଇଟଲ ଅର୍ଜନ କରି ଦ୍ବିତୀୟ ସ୍ଥାନରେ ରହିଛନ୍ତି ।

Leave a Reply

Your email address will not be published. Required fields are marked *