ସାନ ପୁଅକୁ ମାରି ଘରେ ପୋତି ଦେଇଥିଲେ ମା-ବଡ ପୁଅ, ୧୧ଦିନ ପରେ ଉଦ୍ଧାର ହେଲା ମୃତ ଦେହ

ସୋର୨୨/୨: (ସଂକେତ୍ ଟିଭି)୨୨ ବର୍ଷୀୟ ସାନ ପୁଅକୁ ମାରି ଶୋଇବା ଘରେ ପୋତିଦେଇଥିଲେ ଉଭୟ ମା ଏବଂ ବଡ଼ ପୁଅ । ଦୀର୍ଘ ୧୧ ଦିନ ତଳେ ମୃତ ଦେହକୁ ଉଦ୍ଧାର ମା ଓ ପୁଅକୁ ପୋଲିସ ଗିରଫ କରିଛି । ବାଲେଶ୍ୱର ଜିଲ୍ଲା ସୋର ଥାନା ବାହାନଗା ଜାତୀୟ ରାଜପଥ ଇଚ୍ଛାପୁର ପୋଖରୀ ନିକଟରେ ।

ଖବର ଅନୁସାରେ ଗତ ୧୨ ତାରିଖ ରାତି ୧୧ ଟା ସମୟରେ ମଦ ପିଇ ସାନପୁଅ ଘରକୁ ଫେରିବା ପରେ କୌଣସି କଥାକୁ ନେଇ ଉଭୟ ମାଆ ଏବଂ ପୁଅଙ୍କ ମଧ୍ୟରେ ବଚଷା ହୋଇଥିଲା । ପରେ ବଚଷା ଉଗ୍ରରୂପ ଧାରଣ କରିବା ପରେ ମାଆ ଶୁକୁରୀ ଜେନା ଏବଂ ବଡ଼ ପୁଅ ଜଗବନ୍ଧୁ ଜେନା ମଦ୍ୟପ ସାନ ପୁଅ ବଳରାମ ଜେନାଙ୍କୁ ଶାବଳ ସାହାଯ୍ୟରେ ଆକ୍ରମଣ କରିଥିଲେ , ଫଳରେ ବଳରାମର ମୃତ୍ୟୁ ଘଟିଥିଲା । ବଳରାମର ମୃତ୍ୟୁ ପରେ ତାକୁ ଶୋଇବା ଘର ଭିତରେ ଗାତ ଖୋଳି ଲୁଣ ଦେଇ ପୋତି ଦେଇଥିଲେ ।

ଘଟଣାକୁ ନେଇ କୌଣସି କିଛି ଜଣାପଡିନଥିବା ବେଳେ ୧୧ ଦିନ ପରେ ଭାଇର ପିଣ୍ଡ ଶ୍ରାଦ୍ଧ (ଗଙ୍ଗାସ୍ଥି ) କରି ଫେରିଥିଲା ବଡ଼ ଭାଇ ଜଗବନ୍ଧୁ । ପରେ ଆଜି ଘଟଣା ଜଣାପଡିବା ପରେ ସୋର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ମାଆ ଏବଂ ବଡ଼ ପୁଅକୁ ଗିରଫ କରିଛି ।

Leave a Reply

Your email address will not be published. Required fields are marked *