ରୋଗୀ ମୃତ୍ଯୁକୁ କେନ୍ଦ୍ର କରି ଉତ୍ତେଜନା, ଟାୟାର ଜାଳି ରାସ୍ତାରୋକ କଲେ ସଂପର୍କୀୟ

ବାଲିଆପାଳ ୨୨।୨: (ଉମାକାନ୍ତ ନାୟକ) ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ଯକୁ ନେଇ ଡାକ୍ତରଖାନାରେ ତୁମୁଳ କାଣ୍ଡ । ରୋଗୀଙ୍କ ସଂପର୍କୀୟମାନେ ଡାକ୍ତରଖାନାର ଗେଟରେ ତାଲା ପକାଇବା ସହିତ ଟାୟାର ଜାଳି ରାସ୍ତାରୋକ କରିଥିଲେ ।

ସୂଚନା ଅନୁସାରେ, ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ପ୍ରତାପପୁର ଗାଁର ଯଦୁନାଥ ବେହେରାଙ୍କ ପୁଅ କୁମୁଦ ରଞ୍ଜନ ବେହେରା ବିଷ ପିଇ ଦେଇଥିବାରୁ ତାଙ୍କୁ ପ୍ରତାପପୁରୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ଡାକ୍ତର ତାଙ୍କୁ ପ୍ରାଥମିକ ଚିକିତ୍ସା ନ କରି ବାଲେଶ୍ବର ଜିଲ୍ଲା ମୁଖ୍ଯ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ । ବାଲେଶ୍ବରରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ଯ ଘଟିଥିଲା। ଏନେଇ ଆଜି ପରିବାର ଲୋକ ଏବଂ ସ୍ତାନିୟ ବାସିନ୍ଦା ମାନେ ପ୍ରାଥମିକ ଚିକିତ୍ସାର ଅବହେଳାରୁ କୁମୁଦଙ୍କର ମୃତ୍ଯ ହୋଇଥିବା ଅଭିଯୋଗ କରି ପ୍ରତାପପୁରୁ ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ରର ଗେଟ୍ ରେ ତାଲା ପକାଇବା ସହିତ ରାସ୍ତା ରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଘଟଣାସ୍ଥଳରେ ବାଲିଆପାଳ ପୋଲିସ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଥିଲା ।

Leave a Reply

Your email address will not be published. Required fields are marked *