ଲଭ ସେକ୍ସ ଧୋକା ପରେ ପ୍ରେମିକାର ଆତ୍ମହତ୍ୟା, ହାତ ପାପୁଲିରେ ଲେଖିଲେ ସୁଇସାଇଟ୍ ନୋଟ୍

ସୋର ୨୨।୨: ( ସଂକେତ୍ ଟିଭି) ଲଭ ସେକ୍ସ ଧୋକା ପରେ ପ୍ରେମିକାର ଆତ୍ମହତ୍ୟା । ଏମିତି ଏକ ଅଭାନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଜଳଦା ପଞ୍ଚାୟତ ତୁଟ ଗ୍ରାମରେ । ତେବେ ମୃତକଙ୍କ ହାତ ସୁଇସାଇଟ୍ ନୋଟ ଲେଖାଯାଇଥିବା ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ, ତୁଟ ଅଞ୍ଚଳର ଭରତ ଚନ୍ଦ୍ର ବେହେରାଙ୍କର ଝିଅ ସସ୍ମିତା ବେହେରା । କିଛି ବର୍ଷ ତଳେ ମାଖନପୁର ପଞ୍ଚାୟତ ଭାଟପଡ଼ା ଗ୍ରାମରେ ନିରଞ୍ଜନ ଶିଅଳଙ୍କର ପୁଅ ରତିକାନ୍ତ ଶିଅଳ ସସ୍ମିତା କୁ ପ୍ରେମ କରିଥିଲେ । ବିବାହର ପ୍ରତିଶ୍ରୁତି ଦେଇ ସେ ଶାରୀରିକ ସଂମ୍ପର୍କ ରଖିଥିଲେ । କିଛିଦିନ ଏଭଳି ଲୁଚାଛପା ପ୍ରେମ ପରେ ସସ୍ମିତା ଯେତେବେଳେ ବିବାହ କରିବା ପାଇଁ ରତିକାନ୍ତ କୁ କହିଥିଲେ । ରତିକାନ୍ତ ମନା କରିବାରୁ ସେ ମାନସିକ ଭାରସାମ୍ୟ ହରାଇ ଦେଇଥିଲେ । ବାପା ମା ଗ୍ରାମବାସୀ ଯେତେ ବୁଝାଇବା ପରେ ମଧ୍ୟ ସସ୍ମିତା ବୁଝି ନଥଲେ । ଶେଷରେ ସେ ଆତ୍ମହତ୍ୟା ପରି ଏକ ନିଷ୍ଠୁର ପଦକ୍ଷେପକୁ ଆପଣାଇ ନେଇଥିଲେ । ଗତକାଲି ବିଳମ୍ବିତ ରାତିରେ ଶୋଇବା ଘର ଫେନରେ ଶାଢ଼ୀ ଲଗାଇ ସେ ଆତ୍ମହତ୍ୟା କରିଥିଲେ ।

ପରିବାର ଲୋକ ସସ୍ମିତା ବିବାହ ପାଇଁ ଅନ୍ୟ ଯାଗା ରେ ଠିକ ହୋଇ ସାରିଥିବା ବେଳେ ଏଭଳି ଘଟଣା ପରିବାର ଲୋକଙ୍କୁ ବ୍ୟଥିତ କରିଛି । ରତିକାନ୍ତ ଙ୍କୁ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଝିଅର ଦାଦା କ୍ଷେତ୍ରବାସୀ ବେହେରା ଖଇରା ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ଖଇରା ଥାନାରେ ଏଏସଆଇ ଶ୍ୟାମ ସୁନ୍ଦର ବିନ୍ଧାଣି ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି । ସସ୍ମିତା ମୃତ୍ୟୁ ପୂର୍ବରୁ ନିଜ ହାତ ପାପୁଲିରେ ” ମା ମୋ ଜୀବନ ବରବାଦ ହେଇଯାଇଛି । ମୁଁ ବହୁତ ବଡ଼ ଠକାମୀ ରେ ଶିକାର ହୋଇଛି । ମତେ ଭୁଲ ବୁଝିବନି” ବୋଲି ଲେଖିଥିଲେ ।

Leave a Reply

Your email address will not be published. Required fields are marked *