ବିଗ୍ ବସ୍ ୧୪ର ବିଜେତା ହେଲେ ରୁବିନା ଦିଲକ୍

ମୁମ୍ବାଇ ୨୨/୨: ରୁବିନା ଦିଲାୟକ ବିଗ୍ ବସ ୧୪ର ବିଜେତା ବିଜେତା ହୋଇଛନ୍ତି । ତାଙ୍କୁ ସଲମନ ଖାନ ଟ୍ରଫି ପ୍ରଦାନ କରିଛନ୍ତି । ଅନ୍ୟତନ ପ୍ରତିଯୋଗୀ ରାହୁଲ ବୈଦ୍ଯ ରନର୍ସ ଅପ୍ ହୋଇଛନ୍ତି । ନିକି ତାମ୍ବୋଲି ତୃତୀୟ ସ୍ଥାନ ଅଧିକାର କରିଥିବାବେଳେ ଅଲି ଘୋନୀ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି । ସେପଟେ 14 ଲକ୍ଷ ଟଙ୍କା ନେଇ ରାକ୍ଷୀ ସାଓ୍ବନ୍ତ ସୋରୁ ବାହାରି ଆସିଥିଲେ ।

ଅଭିନେତ୍ରୀ ରୁବିନା ବିଗ୍ ବସ ସିଜିନ ୧୪ ର ସବୁଠାରୁ ବେଶି ଚର୍ଚ୍ଚାରେ ରହିଥିଲେ । ସେ ନିଜର କଥା ରଖିବା ପାଇଁ କାହାକୁ ମଧ୍ୟ ଡରୁ ନଥିଲେ । ରୁବିନା ବିଗବସ୍ ଉପରେ କେତେ ଜଣ ପ୍ରତିଯୋଗୀଙ୍କୁ ସପୋର୍ଟ କରୁଥିବା ଆରୋପ ଲଗାଇଥିଲେ । ଏମାନଙ୍କ ମଧ୍ୟରେ ନିକ୍କି ତାମ୍ବୋଲି, ଏଜାଜ ଖାନ ଏବଂ ପବିତ୍ର ପୁନିଆ ସମେତ ତାଙ୍କ ଗୃପ ସାମିଲ ରହିଥିଲା । ରୁବିନା କହିଥିଲେ, ବିଗବସ୍ ତାଙ୍କୁ ହିଁ ସପୋର୍ଟ କରନ୍ତି ଏବଂ ତାଙ୍କ ସପକ୍ଷରେ ପଇସଲା ନିଅନ୍ତି ଯିଏ ଏହି ଶୋକୁ ଟିଆରପି ଦେଇଥାଏ । ତେବେ ଆରମ୍ଭରୁ ଶେଷ ପର୍ଯ୍ଯନ୍ତ କଣ୍ଟ୍ରୋଭର୍ସିରେ ରହିଥିବା ରୁବିନାକୁ ଶେଷରେ ଅଧିକ ଭୋଟ୍ ମିଳିଛି ।

Leave a Reply

Your email address will not be published. Required fields are marked *