୩୦୦ କୋଟି ଆଇଡି-ପାସୱର୍ଡ ଲିକ୍ , ଚେକ୍ କରନ୍ତୁ ଆପଣଙ୍କ ଜିମେଲ୍ ଏକାଉଣ୍ଟ

ନୂଆଦିଲ୍ଲୀ ୨୨/୨: ସାରା ବିଶ୍ୱରେ ୩୦୦ କୋଟି ଆଇଡି-ପାସୱର୍ଡ ଲିକ୍ ହୋଇଥିବା ଚାଞ୍ଚଲ୍ୟକର ଖବର ଜଣାପଡିଛି । ଏଥିର ଜିମେଲ୍ ରହିଥିବାବେଳେ ନେଟଫ୍ଲିକ୍ସ , ଲିଙ୍କଡିନ୍ ଓ ବିଟ୍ କଏନ୍ ପ୍ରୋଫାଇଲ୍ ମଧ୍ୟ ରହିଛି । ଏହାକୁ ବିଶ୍ବର ସବୁଠାରୁ ବଡ୍ ଲିକ୍ ବୋଲି କୁହାଯାଉଛି ।

ସାଇବର ନ୍ୟୁଜ ଅନୁସାରେ, ସାରା ବିଶ୍ୱରେ ପ୍ରାୟ ୩୦୦ କୋଟି ଲୋକଙ୍କ ପାସୱର୍ଡ ଡାଟା ଲିକ୍ ହୋଇଛି । ଏଥିରେ ଜି ମେଲ୍ , ନଟେଫ୍ଲିକ୍ସ, ଲିଙ୍କଇନ୍ ଓ ବିଟ୍ କଏନର ର ଲଗଇନ୍ ଆଇଡି ଓ ପାସୱର୍ଡ ଲିକ୍ ହୋଇଛି । ପ୍ରାୟ ୩୦୦ କୋଟି ଲୋକଙ୍କ ଇମେଲ୍ ଆଇଡି-ପାସୱର୍ଡ ହ୍ୟାକ୍ କରାଯାଇଛି ।

ଏଥର ପ୍ରଥମ ଥର ପାଇଁ ଡାଟା ଲିକରେ ଲୋକଙ୍କ ଲିଙ୍କଡିନ୍ ଓ ନେଟଫ୍ଲିକ୍ସର ପ୍ରୋଫାଇଲ୍ ମଧ୍ୟ ସାମିଲ ହୋଇଛି । ସେହିପରି ପ୍ରାୟ ୧୧.୭ କୋଟି ଲୋକଙ୍କ ଲିଙ୍କଡିନ୍ ଓ ନେଟଫ୍ଲିକ୍ସ ଆକାଉଣ୍ଟ୍ସ ହ୍ୟାକ୍ ହୋଇଛି । ପ୍ରାୟ ୧୫୦୦ କୋଟି ଆକାଉଣ୍ଟରେ ଏଣ୍ଟ୍ରି କରିବା ପାଇଁ ଚେଷ୍ଟା କରାଯାଇଛି ।

ୟୁଜର୍ସଙ୍କ ଏହି ଡାଟାକୁ ଇଣ୍ଟରନେଟରେ ଅପଲୋଡ କରିଦିଆଯାଇଛି । ହ୍ୟାକର୍ସ ଏହି ଡାଟା ବ୍ୟବହାର ଆପଣଙ୍କ ଅନ୍ୟ ଆକାଉଣ୍ଟ୍ସକୁ ହ୍ୟାକ୍ କରିବା ପାଇଁ କରିପାରନ୍ତି ।
ଯଦି ଆପଣ ମଧ୍ୟ ନିଜ ଆକାଉଣ୍ଟ ଲିକ୍ ହେବା ନେଇ ଚିନ୍ତିତ ଅଛନ୍ତି ତେବେ ଏମିତି ଚେକ୍ କରିପାରିବେ । ଆପଣଙ୍କୁ https://cybernews.com/personal-data-leak-check/ ରେ କ୍ଲିକ୍ କରିବାକୁ ହେବ । ଏହି ସାଇଟରେ ଆପଣ ନିଜ ଇମେଲ୍ ଆଇଡି ଦେଇ ଲିକ୍ ହୋଇଥିବା ସୂଚନା ଚେକ୍ କରିପାରିବେ ।

Leave a Reply

Your email address will not be published. Required fields are marked *