୨ ଜଣ ଚୋରକୁ ଧରି ହାତଗୋଡ ବାନ୍ଧି ନିସ୍ତୁକ ପିଟିଲେ ଗ୍ରାମବାସୀ

ସୋର ୨୨/୦୨ : ( ସଂକେତ୍ ଟିଭି) ଚୋରି କରୁଥିବା ବେଳେ ୨ ଜଣ ଚୋରକୁ ଧରିଲେ ଗ୍ରାମବାସୀ। ସେମାନଙ୍କୁ ନିସ୍ତୁକ ପିଟିବା ସହ ପୋଲିସ ଜିମା ଦେଇଥିଲେ। ଘଟଣାଟି ଘଟିଛି ବାଲେଶ୍ଵର ଜିଲ୍ଲା ବାହନଗା ବ୍ଲକ ଷଠୀ ଗ୍ରାମର ଓଡମ୍ବର ସାହିରେ ।

ସୂଚନାନୁଯାୟୀ, ବାଲେଶ୍ଵର ଜିଲ୍ଲା ବାହନଗା ବ୍ଲକ ଷଠୀ ଗ୍ରାମର ଓଡମ୍ବର ସାହିରେ ଗତ କିଛି ଦିନ ଧରି ଲଗାତର ବିଭିନ୍ନ ଘରୁ ଚୋରି ହେଉଥିଲା। ଶନିବାର ଦିନ ସ୍ଥାନୀୟ ଅଞ୍ଚଳରେ ସାସ୍କୃତିକ କାର୍ଯ୍ୟକ୍ରମ ଚାଲୁଥିବା ବେଳେ ଲୋକମାନେ କେହି ଘରେ ନଥିଲେ । ଏହାର ସୁଯୋଗ ନେଇ ଝାଡଖଣ୍ଡ ଅଞ୍ଚଳର ବିମଳ ଓ ଅନ୍ୟ ୩ ଜଣ ଯୁବକ ଘରେ ପଶି ଚୋରି କରୁଥିଲେ। ଏହି ସମୟରେ ଗ୍ରାମବାସୀଙ୍କ ହାବୁଡରେ ଦୁଇ ଜଣ ପଡିଥିଲେ। ଗ୍ରାମବାସୀମାନେ ବିମଳ ଓ ତାର ସହଯୋଗୀକୁ ଧରି ହାତଗୋଡ ବାନ୍ଧି ନିସ୍ତୁକ ମାଡ ମାରିଥିଲେ। ଏହାପରେ ପୋଲିସ ଜିମା ଦେଇଥିଲେ। ତେବେ ଘଟଣାସ୍ଥଳରୁ ଅନ୍ୟ ୨ ଜଣ ଚୋର ଖସି ପଳାଇଥିଲେ। ଖନ୍ତପଡା ପୋଲିସ ଏବେ ଦୁଇ ଜଣ ଚୋରଙ୍କୁ ଅଟକ ରଖି ପଚରାଉଚୁରା କରୁଛି।

Leave a Reply

Your email address will not be published. Required fields are marked *