ପାନ-ସିଗାରେଟ୍ ମାଗି ଦୋକାନୀଙ୍କୁ କଟୁରୀ ମାଡ

ବସ୍ତା ୨୩।୦୨: ( ପ୍ରଶାନ୍ତ କୁମାର ସେନାପତି) ପାନ ଦୋକାନୀକୁ କଟୁରୀରେ ଆକ୍ରମଣ । ଗୁରୁତର ଭାବେ ମେଡିକାଲରେ ଭର୍ତ୍ତି । ବାଲେଶ୍ୱର ଜିଲ୍ଲା ରୁପ୍‌ସା ଥାନା ହୀରାପୁର ଗାଁର ଘଟିଛି ଘଟଣା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ସୋମବାର ରାତି ସମୟରେ ୨ଜଣ ଦୁର୍ବୃତ୍ତ ପାନ ଦୋକାନକୁ ଆସି ସିଗାରେଟ୍‌ ମାଗିଥିଲା । କିନ୍ତୁ ସିଗାରେଟ୍‌ ମାଗିବା ପରେ ସେମାନେ ହଠାତ୍‌ ଦୋକାନୀକୁ ଆକ୍ରମଣ କରିଥିଲେ । ଏପିରିକି ଦୋକାନୀଙ୍କ ଠାରୁ ଟଙ୍କା ଓ ମୋବାଇଲ୍‌ ଛଡାଇନେଇଥିଲା । ଏହାପରେ ଦୋକାନୀଙ୍କ ମୁଣ୍ଡକୁ ମାରଣାସ୍ତ୍ର ସହାୟତାରେ ଆକ୍ରମଣ କରିଥିଲା । ତେବେ ଆହତ ହୋଇଥିବା ଦୋକାନୀଙ୍କ ନାମ ହିମାଂଶୁ ସିଂହ ବୋଲି ଜଣାପଡିଛି । ତାଙ୍କ ଘର ନିକଟରେ ଥିବା ହୀରାପୁର ଗାଁ ବୋଲି ସୂଚନା ରହିଛି । ସେପଟେ ଆହତ ପାନ ଦୋକାନୀଙ୍କୁ ଉଦ୍ଧାର ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

Leave a Reply

Your email address will not be published. Required fields are marked *