ଭାଲୁକୁ ପିଟି ପିଟି ମାରିଦେଲେ ଗ୍ରାମବାସୀ !
ନୀଳଗିରି,୨୩/୨: ( ସଂକେତ୍ ଟିଭି)ବାଲେଶ୍ଵର ଜିଲ୍ଲା ନୀଳଗିରି ବନବିଭାଗ ଅଧିନ ଗୁଜୁଡ଼ିହା ଅଂଚଳରେ ଭାଲୁର ମୃତ ଦେହ ଉଦ୍ଧାର କରାଯାଇଛି। ବିଲ ମଝିରେ ଭାଲୁର ମୃତଦେହ ପଡିଥିବା ଦେଖି ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ। ନୀଳଗିରି ରେଞ୍ଜର ମନ୍ବର ଖାଁ ପହଂଚି ତଦନ୍ତ କରିବା ସହ ପ୍ରାଣୀ ଚିକିତ୍ସକଙ୍କୁ ଡକାଇ ଶଵଟିର ପୋଷ୍ଟମଟମ କରିଛନ୍ତି।
ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣାପଡିବ ବୋଲି କୁହାଯାଇଛି। ଭାଲୁଟିକୁ କେହି ପିଟିପିଟି ମାରିଦେଇଥିବା ଅନୁମାନ କରାଯାଉଛି।
ଗତକାଲି ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଥିବା କୁଳଡିହା ଅଭୟାରଣ୍ୟ ଅନ୍ତର୍ଗତ ରିଷିଆ ଡ୍ୟାମରେ ଏକ ହାତୀ ମରି ଭାସୁଥିବା ନଜରକୁ ଆସିଥିଲା। ଋଷିଆ ଡ୍ୟାମ ଗୁହିରା ଭୋଳ ନିକଟରେ ଆଜି ଏକ ଅଣ୍ଡିରା ଛୁଆ ହାତୀର ମୃତ ଦେହ ଭାସୁ ଅବସ୍ଥାରେ କିଛି ବନ କର୍ମଚାରୀ ଦେଖିବାକୁ ପାଇଥିଲେ। ଝରଣା ବାହାରୁଥିବା ସ୍ଥାନରୁ ଏକ ଅମରି ଲତାରେ ହାତୀଟି ଭାସୁଥିବାର ନଜରକୁ ଆସିଥିଲା। ପରେ କୁଳଡିହା ରେଞ୍ଜର ବିଜୟ କୁମାର ମହାପାତ୍ର ,ଏସିଏଫ ଶରତ ଚନ୍ଦ୍ର ବେହେରା, ଡିଏଫଓ ବିଶ୍ଵରାଜ ପଣ୍ଡା ଯାଇ ତଦନ୍ତ କରିଥିଲେ। ପ୍ରାଣୀ ଚିକିତ୍ସକ ପହଁଞ୍ଚି ହାତୀଟିକୁ ପୋଷ୍ଟମର୍ଟମ କରିବା ପରେ ମଲା ହାତୀଟିକୁ ପୋତି ଦିଆଯାଇଛି। ହାତୀର ବୟସ ପ୍ରାୟ ଦେଢ ବର୍ଷରୁ ଦୁଇବର୍ଷ ହେବ ବୋଲି ଅନୁମାନ କରାଯାଉଛି।

ଗତକାଲି କୂଳଡିହାରେ ହାତୀର ମୃତଦେହ ଉଦ୍ଧାର ହେବା ପୁଣି ଭାଲୁ ମାରିବା ଘଟଣା ନେଇ ବନ ବିଭାଗ ଚିନ୍ତାରେ ପଡିଛନ୍ତି।