ପୋଲତଳୁ ଉଦ୍ଧାର ହେଲା ମୃତ ଦେହ, ହତ୍ଯା ସନ୍ଦେହ
ବାଲିଆପାଳ ୨୩/୦୨ : (ଉମାକାନ୍ତ ନାୟକ) ବାଲେସ୍ବର ଜିଲ୍ଲା ଜଳେଶ୍ବର ବ୍ଲକ୍ ରାଇବଣିଆ ଥାନା ଅନ୍ତର୍ଗତ ଓଲୋମରା ପଞ୍ଚାୟତର ବ୍ରହ୍ମପୁର ଗ୍ରାମର ଏକ ପୋଲ ତଳୁ ଏକ ଶବ ଉଦ୍ଧାର କରାଯାଇଛି । ମୃତକଙ୍କ ପରିଚୟ ହରିଶ୍ ଚନ୍ଦ୍ର ମହାନ୍ତି (55 ) ବୋଲି ଜଣାପଡିଛି।
ମୃତକଙ୍କ ପୁଅ ପ୍ରଦୀପ ମହାନ୍ତି ଙ୍କ କହିବା ଅନୁଯାୟୀ ତାଙ୍କ ବାପା ସୋମବାର ଦିନ ଓଲମାରା ଗ୍ରାମରେ ସେକ୍ କୁର୍ତିଙ୍କ ଘରକୁ ସିମେଣ୍ଟ କାମ ପାଇଁ ଯାଇଥିଲେ । ତାଙ୍କ ସହିତ ତାଙ୍କ ଗ୍ରାମର ମୁଚିରାମ୍ ମହାନ୍ତି, ସତ୍ୟବ୍ରତ ପରିଡ଼ା, ବାସୁଦେବ କୋଇଲା ମଧ୍ଯ କାମକୁ ଯାଇଥିଲେ। ଦ୍ବିପ୍ରହରରେ ସେ ଭାତ ଖାଇବା ପାଇଁ ଘରକୁ ଆସିଥିଲେ। ତା ପରେ ସେ ଆଉ ଘରକୁ ଫେରିନାହାନ୍ତି। ବହୁ ଖୋଜା ଖୋଜି ପରେ ମଙ୍ଗଳ ବାର ଦିନ ଦିନ 12 ଟା ସମୟରେ ମାକିଡିଆ ର ଏକ ପୋଲ ତଳେ ଶବ ମିଳିଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଏହା ଏକ ହତ୍ୟା ଘଟଣା। ଘଟଣା ସ୍ଥଳରେ ରାଇବଣିଆ ପୋଲିସ ପହଞ୍ଚି ଛାନବିନ୍ ଜାରି ରଖିଛି। ଘଟଣା ସ୍ଥଳରେ ଫରେନସିକ ଟିମ୍ ମଧ୍ଯ ପହଞ୍ଚି ତାର ଛାନ୍ ବିନ୍ ଜାରି ରଖିଛି।