ନକଲି ଅଲଟ୍ରାଟେକ ସିମେଣ୍ଟ କାରଖାନା ଉପରେ ପୋଲିସର ଚଢାଉ
କଟକ ୨୩।୦୨: ( ପୂର୍ଣ୍ଣେନ୍ଦୁ ପ୍ରଧାନ) କଟକ ଜଗତପୁର ସ୍ଥିତ କେନ୍ଦ୍ରାପଡ଼ା- ଚାନ୍ଦବାଲି ରୋଡର ଖଇରା ପୋଲ ପାଖରେ ଚାଲିଥିବା ଅଲଟ୍ରାଟେକ ନକଲି ସିମେଣ୍ଟ କାରଖାନା ଉପରେ କମିସନରେଟ ପୋଲିସ ଚଢ଼ାଉ କରିଛି।
ସୂଚନା ମୁତାବକ ଆଜି ଜଗତପୁର ଖଇରା ବ୍ରିଜ ପାଖରେ ଏକ ନକଲି ସିମେଣ୍ଟ କାରଖାନା ଠାବ କରାଯିବା ସହ ବିପୁଳ ପରିମାଣର ନକଲି ସିମେଣ୍ଟ ଓ ମେସିନ ଜବତ କରାଯାଇଛି। ଉକ୍ତ କାରଖାନାରେ ସିମେଣ୍ଟ ଭେଜାଲ କରି ବଜାରକୁ ବିକ୍ରି ପାଇଁ ପଠାଯାଉଥିଲା ।

ଚଢାଉ ସମୟରେ ଗୋଦାମରେ ବିପୁଳ ପରିମାଣର ଭେଜାଲ ସିମେଣ୍ଟ ଠାବ ହୋଇଛି । ଯାହାକୁ ଜବତ କରିଛି କମିଶନରେଟ୍ ପୋଲିସ । ତେବେ କମିଶନରେଟ୍ ପୋଲିସର ଚଢାଉ ସମୟରେ କାରଖାନାର ମାଲିକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଛାନ୍ଭିନ୍ ଜାରି ରଖିଛି କମିଶନରେଟ୍ ପୋଲିସ ।