ଧାନ କିଣାରେ ଅଚଳାବସ୍ଥା ବିରୋଧରେ ବିଜେପିର ବିକ୍ଷୋଭ
ସିମୁଳିଆ ୨୩।୦୨: ( ଯାଦବାନନ୍ଦ ଦାସ ) ବାଲେଶ୍ଵର ଜିଲ୍ଲା ସିମୁଳିଆର ବିଜେପି ପକ୍ଷରୁ ମାର୍କୋଣା ସମବାୟ ସମିତି ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଚାଷୀଙ୍କ ଧାନ ବିକ୍ରି ସମସ୍ୟାକୁ ନେଇ ବିଜେପି ଏହି ଆନ୍ଦୋଳନ କରିଥିଲା ।
ସୂଚନା ଅନୁସାରେ, ସିମୁଳିଆର ପ୍ରତ୍ୟେକ ସମବାୟ ସମିତିରେ ଚାଷୀମାନଙ୍କ ଧାନ ବିକ୍ରି ହେଉନଥିବା, ଅଧିକ କଟନୀ ଛଟନୀ କରିବା ଏବଂ ଧାନ ବିକ୍ରି ପାଇଁ ଟାର୍ଗେଟ ନ ଆସିବା ଆଦି ବିଭିନ୍ନ ସମସ୍ୟା ସମ୍ପର୍କରେ ବିଜେପି ନେତାମାନେ ରାଜ୍ଯ ସରକାରଙ୍କୁ ଟାର୍ଗେଟ କରିଥିଲେ। ଯଦି ଜିଲ୍ଲାପାଳ ଏବଂ ସରକାର ଚାଷୀମାନଙ୍କ ସମସ୍ୟା ସମାଧାନ ନକରନ୍ତି ତାହେଲେ ଆଗାମୀ ଦିନରେ ଜାତୀୟ ରାଜପଥ ଅବରୋଧ କରିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଅନ୍ୟପଟେ ବ୍ଲକ ଯୋଗାଣ ଅଧିକାରୀ, ସିମୁଳିଆ ତହସିଲଦାର, ଆଇ ଆଇ ସି ଘଟଣା ସ୍ଥଳରେ ପହଞ୍ଚି ଚାଷୀମାନଙ୍କର ସହିତ ଆଲୋଚନା କରିଥିଲେ । ଠିକ ଭାବେ ଧାନ କିଣା ଯିବ ଏବଂ ସମସ୍ତ ସମିତିକୁ ଧାନ କିଣା ପାଇଁ ଟାର୍ଗେଟ ଆସିଛି ବୋଲି କହିବା ପରେ ଧାରଣା ପ୍ରତ୍ଯାହୃତ ହୋଇଥିଲା। ଏହି ଅବସରରେ ବିଜେପି ନେତା ପଦ୍ମଲୋଚନ ପଣ୍ଡା, ଭଦ୍ରକ ସାଂସଦ ବିଜେପି ପାର୍ଥି ଅଭିମନ୍ୟୁ ସେଠୀ, ଯୁବ ନେତା ନୀଳମାଧବ ପଣ୍ଡା, ମଣ୍ଡଳ ସଭାପତି ରଞ୍ଜନ ବେହେରାଙ୍କ ସମେତ ଅନ୍ୟ ବିଜେପି କର୍ମୀ ଯୋଗ ଦେଇଥିଲେ।
