ପୋଲିସ ହାତରେ ଧରାପଡିଲେ ୨ ମୋବାଇଲ ଚୋର, ୨୨ଟି ଚୋରା ମୋବାଇଲ ଜବତ

ଭଦ୍ରକ ୨୩/୨: ( ସୁନିଲ ଦତ୍ତ) ପୋଲିସ ହାତରେ ଧରାପଡିଲେ ୨ ଜଣ ମୋବାଇଲ ଚୋର। ଗିରଫ ପରେ ଅଭିଯୁକ୍ତଙ୍କ ନିକଟରୁ ୨୨ଟି ଚୋରା ମୋବାଇଲ ଜବତ ହୋଇଛି। ଭଦ୍ରକ ଟାଉନ ପୋଲିସର ବହୁ ଛାନ୍‌ଭିନ୍ ପରେ ୨ ଅଭିଯୁକ୍ତ ଧରା ପଡିଛନ୍ତି। ଗିରଫ ଅଭିଯୁକ୍ତ ହେଲେ ମନୁ ଶର୍ମା ଓ ମଳୟ ଦାସ।

ସୂଚନାଯୋଗ୍ୟ ଯେ, କିଛିଦିନ ପୂର୍ବରୁ ଜନୈକ ଛାତ୍ରୀଙ୍କ ସାଇକେଲ ଡାଲାରୁ ଦୁର୍ବୃତ୍ତମାନେ ମୋବାଇଲ ଚୋରି କରି ନେଇଥିଲେ। ଏ ନେଇ ଛାତ୍ରୀ ଜଣଙ୍କ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ଘଟଣା ପରେ ପୋଲିସ ଅଭିଯୁକ୍ତଙ୍କୁ ଧରିବାକୁ ଖୋଳତାଡ ଆରମ୍ଭ କରିଥିଲା। ପରେ ଭଦ୍ରକ ସହରର ଗୋଶାଳା ଛକ ନିକଟରେ ଏହି ଦୁଇ ଲୁଟେରାଙ୍କୁ ପୋଲିସ କାବୁ କରିଥିଲା। ସେମାନଙ୍କଠାରୁ ଚୋରୀ ବ୍ୟବହୃତ ବାଇକ୍‌କୁ ମଧ୍ୟ ପୋଲିସ ଜବତ କରିଛି। ଏପରି କି ୨୨ଟି ଚୋରା ମୋବାଇଲ ଜବତ ହୋଇଛି । ଗିରଫ ଦୁଇ ଚୋର ବିଭିନ୍ନ ସ୍ଥାନକୁ ବାଇକରେ ଯାଉଥିଲେ। ସେଠାରୁ ମୋବାଇଲ ଚୋରୀ ଫେରାର ହୋଇଯାଉଥିଲେ।

Leave a Reply

Your email address will not be published. Required fields are marked *