ସମୁଦ୍ରରେ ଭାସୁଥିଲା ମତ୍ସ୍ଯଜୀବିଙ୍କ ମୃତଦେହ, ମୃତ୍ଯୁର କାରଣ ଅସ୍ବଷ୍ଟ

ସୋର ୨୪।୦୨: (ସଂକେତ ଟିଭି) ବାଲେଶ୍ବର ଜିଲ୍ଲା ଯାମୁକା ମୁହାଁଣରେ ଭାସୁଥିବା ଅବସ୍ଥାରେ ଉଦ୍ଧାର ହେଲା ମତ୍ସ୍ଯଜୀବିଙ୍କ ମୃତ ଦେହ । ମୃତକ ଜଣକ ବାଲେଶ୍ବର ଜିଲ୍ଲା ସୋର ଥାନା ଅଧିନ ଖରାସାହାପୁର ଗାଁର ରଙ୍ଗଲାଲ ମାଝି ବୋଲି ଜଣାପଡିଛି । ସେ ଗତକାଲି ମାଛ ଧରିବା ପାଇଁ ସମୁଦ୍ରକୁ ଯାଇଥିବା ବେଳେ ସମୁଦ୍ରରେ ନିଖୋଜ ହୋଇଯାଇଥିଲେ । ଆଜି ତାଙ୍କର ମୃତ ଦେହ ସମୁଦ୍ରରେ ଭାସୁଥିବା ବେଳେ ଧୀବର ମାନେ ଉଦ୍ଧାର କରିଛନ୍ତି ।

ଖବର ଜଣାପଡିଛି ଯେ, ଖରାସାହାପୁରରୁ ଗୋଟିଏ ବୋଟରେ ରଙ୍ଗଲାଲ ମାଝୀଙ୍କ ସମେତ ଆଠ ଜଣ ମତ୍ସ୍ୟଜୀବି ଗତକାଲି ଭୋର ସମୟରେ ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ । କିନ୍ତୁ ରାତିରେ କୌଣସି କାରଣରୁ ରଙ୍ଗଲାଲ୍ ବୋଟରୁ ସମୁଦ୍ରକୁ ଖସି ପଡ଼ିଥିଲେ। ସାଥି ଧୀବରମାନେ ତାଙ୍କୁ ବହୁ ଖୋଜାଖୋଜି କରିବା ସତ୍ୱେ ତାଙ୍କର କିଛି ପତ୍ତା ମିଳି ନ ଥିଲା । ଆଜି ସକାଳେ ତାଙ୍କ ମୃତଦେହ ଯାମୁକା ମୁହାଁଣରୁ ଧୀବର ମାନେ ଉଦ୍ଧାର କରିଥିଲେ । ତାଙ୍କର ମୃତ୍ୟୁ କେମିତି ହେଲା ତାହା ଏବେ ବି ଅସ୍ପଷ୍ଟ ରହିଛି ।

Leave a Reply

Your email address will not be published. Required fields are marked *