ଡାକ୍ତରଖାନାରୁ ଶିଶୁ ଚୋରୀ କରି ବନ୍ଧା ହେଲେ ଦୁଇ ମହିଳା

ବାରିପଦା ୨୪।୦୨: ( ସଂକେତ୍ ଟିଭି) ବାରିପଦା ପଣ୍ଡିତ ରଘୁନାଥମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରୁ ଶିଶୁ ଚୋରି ଅଭିଯୋଗରେ ବନ୍ଧା ହେଲେ ଦୁଇ ମହିଳା । ଘଟଣାରେ ଦୁଇଜଣ ମହିଳାଙ୍କୁ ବାଗଡ଼ିହା ଅଞ୍ଚଳରୁ ଗିରଫ କରି ଶିଶୁଟିକୁ ଉଦ୍ଧାର କରାଯାଇଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅଂଚଳର ସୀମା ସିଂ ଓ ଚାନ୍ଦୁଆ ଥାନା ନାଗଶୋଳ ଅଞ୍ଚଳର ମିନାକ୍ଷୀ ବେହେରା ।

ସୂଚନା ଅନୁସାରେ, ବାରିପଦା ପିଆରଏମ୍ ହସ୍ପିଟାଲରେ ଗତ ଚାରିଦିନ ତଳେ କେନ୍ଦୁଡ଼ିହା ଅଞ୍ଚଳର ସାଲେଇ ବାସ୍କେଙ୍କ ସ୍ତ୍ରୀ ରାଇମଣି ଏକ ଶିଶୁକୁ ଜନ୍ମ ଦେଇଥିଲେ । ଏହି ଶିଶୁକୁ ଚୋରି ହୋଇଥିବା ନେଇ ବାରିପଦା ଟାଉନ୍ ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ଏହି ଘଟଣାର ତଦନ୍ତ କରି ରେ ଦୁଇଜଣ ମହିଳାଙ୍କୁ ବାଗଡ଼ିହା ଅଞ୍ଚଳରୁ ଗିରଫ କରିବା ସହିତ ଚୋରୀ ହୋଇଥିବା ଶିଶୁଟିକୁ ଉଦ୍ଧାର କରିଛି । ତେବେ ଏହି ଛୁଆ ଚୋରୀ ରାକେଟରେ ଆଉକେଉଁ ମାନେ ସମ୍ପୃକ୍ତ ଅଛନ୍ତି ସେନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *