ଭାରତ ଫେରିବ ପଳାତକ ହୀରା ବ୍ୟବସାୟୀ ନିରବ ମୋଦି, ଅନୁମତି ଦେଲେ ଲଣ୍ଡନ ଅଦାଲତ

ନୂଆଦିଲ୍ଲୀ, ୨୫/୦୨ : ପଳାତକ ହୀରା ବ୍ୟବସାୟୀ ତଥା ପିଏନବି ଦୁର୍ନୀତିର ମୁଖ୍ୟ ଅଭିଯୁ୍କ୍ତ ନିରବ ମୋଦିଙ୍କ ଭାରତ ପ୍ରତ୍ଯାର୍ପଣ ନେଇ ବାଟ ସଫା ହୋଇଛି । ଲଣ୍ଡନର ଓ୍ବେଷ୍ଟମିନ୍‌ଷ୍ଟର କୋର୍ଟ ଏହି ମାମଲାର ଶୁଣାଣୀ କରିବା ସହ ଭାରତ ପ୍ରତ୍ୟର୍ପଣ କରିବାକୁ ଅନୁମତି ଦେଇଛନ୍ତି । ଏଥିସହ ନିରବ ମୋଦି ଆବେଦନ କରିଥିବା ମାମଲାକୁ ମଧ୍ୟ ଖାରଜ କରିଦେଇଛନ୍ତି ଓ୍ବେଷ୍ଟମିନ୍‌ଷ୍ଟର କୋର୍ଟ ।

ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି କି ଭାରତ ସରକାରଙ୍କ ଦ୍ୱାରା ପଠାଯାଇଥିବା ସମସ୍ତ ସାକ୍ଷୀଙ୍କୁ ସ୍ୱୀକାର କରାଯାଇଛି । ମୁଁ ଖୁସି ଯେ ନିରବ ମୋଦୀଙ୍କୁ ଦୋଷୀ ବୋଲି ପ୍ରମାଣ କରିବା ପାଇଁ ଯଥେଷ୍ଟ ପ୍ରମାଣ ରହିଛି। ଲଣ୍ଡନ କୋର୍ଟର ଏଭଳି ରାୟ ପରେ ଆସନ୍ତା ୨୮ଦିନ ମଧ୍ୟରେ ନିରବ ମୋଦୀକୁ ଭାରତକୁ ପ୍ରତ୍ୟର୍ପଣ କରିବାକୁ ହେବ।

ଲଣ୍ଡନ କୋର୍ଟ କହିଛନ୍ତି ନିରବ ମୋଦି ଭାରତ ଫେରିଲେ ତାଙ୍କ ବିରୁଦ୍ଧରେ ରହିଥିବା ମାମଲା ଚାଲିବ । ସେହିପରି ଭାରତରେ ତାଙ୍କ ସହ ଅନ୍ୟାୟ କଣ ପାଇଁ ହେବ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି । ଅନ୍ୟାୟ ହେବ ନହେବ ତାହାର କୈଣସି ପ୍ରମାଣ ନାହିଁ । କୋର୍ଟଙ୍କ ଏଭଳି ରାୟ ପରେ ନିରବ ମୋଦିଙ୍କୁ ଭାରତ ଆଣିବା ପାଇଁ ରାସ୍ତା ସଫା ହୋଇଯାଇଛି ।

କିନ୍ତୁ ଏବେ ବି ଭାରତକୁ ପ୍ରତ୍ୟର୍ପଣ ନକରିବା ପାଇଁ ନିରବ ମୋଦି ପାଖରେ ୩ଟି ବାଟ ରହିଛି। ଗୋଟିଏ ହେଉଛି ନିରବ ମୋଦୀ ଲଣ୍ଡନର ହାଇକୋର୍ଟରେ ସ୍ଥାନୀୟ କୋର୍ଟର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିପାରିବେ । ଯଦି ହାଇକୋର୍ଟ ମଧ୍ୟ ସ୍ଥାନୀୟ କୋର୍ଟଙ୍କ ରାୟ ସହ ସହମତ ହୁଅନ୍ତି, ତେବେ ତାଙ୍କ ପାଖରେ ସୁପ୍ରିମକୋର୍ଟ ଯିବାର ବିକଳ୍ପ ରହିଛି।

ଦୁଇଟି ବିକଳ୍ପ ବ୍ୟତୀତ, ନିରବ ମୋଦୀ ପାଖରେ ତୃତୀୟ ବିକଳ୍ପ ମଧ୍ୟ ରହିଛି, ତାହା ହେଉଛି ମାନବିକ ଅଧିକାର। ଯଦି ନିରବ ମୋଦୀ ନିଜର ମାନସିକ ସ୍ବାସ୍ଥ୍ୟ ଏବଂ ମାନବିକ ଅଧିକାରକୁ ଭିତ୍ତି କରି କିମ୍ବା ଭାରତର ଜେଲରେ ପର୍ଯ୍ୟାପ୍ତ ସୁବିଧା ନାହିଁ ବୋଲି ବାହାନା କରନ୍ତି, ତେବେ ନିରବ ମୋଦୀ ବ୍ରିଟେନର ମାନବିକ ଅଧିକାର କୋର୍ଟକୁ ଯାଇପାରିବ। ଏହାର ଅର୍ଥ ହେଉଛି ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ଆଉ ଏକରୁ ଦୁଇ ବର୍ଷ ନେଇପାରେ। ଯଦି ନିରବ ମୋଦୀ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ ନକରନ୍ତି, ତେବେ ତାଙ୍କୁ ୨୮ଦିନ ମଧ୍ୟରେ ଭାରତ ଅଣାଯିବ।

ସୂଚନା ମୁତାବକ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୧୩ ହଜାର କୋଟି ଟଙ୍କାର ବେଆଇନ ଋଣ ନେଇଥିଲେ । ପରେ ମାମଲା ରୁଜୁ ହେବାରୁ ନିରବ ମୋଦି ଭାରତ ଛାଡି ଲଣ୍ଡନ ଫେରାର ହୋଇଯାଇଥିଲେ। ସେଠାରେ ମଧ୍ୟ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି । ଗତ ମାସରେ ନେଇ ମାମଲାର ଶୁଣାଣି ଶେଷ ହୋଇଥିବା ବେଳେ ଆଜି ଶେଷ ରାୟ ଶୁଣାଇଛନ୍ତି ଲଣ୍ଡନ କୋର୍ଟ ।

Leave a Reply

Your email address will not be published. Required fields are marked *