କଣ୍ଟିଆଚେରା ନଈରେ ଭାସୁଥିଲା ଯୁବକର ମୃତଦେହ

ସୋର୨୬।୦୨: ( ସଂକେତ ଟିଭି) ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଥାନା କଣ୍ଟିଆଚେରା ନଈ ବନ୍ଧ ନିକଟରେ ଜଣେ ଯୁବକର ମୃତ ଦେହ ଭାସୁଥିବାର ଦେଖାଯାଇଛି। ମୃତ ଦେହଟିକୁ ପୋଲିସ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।

ସୁଚନା ଅନୁସାରେ ଖନ୍ତାପଡା ଥାନା ମଣ୍ଡା ଗ୍ରାମ ନିବାସୀ ୪୦ ବର୍ଷ ବୟସ୍କ ପଂଚାନନ ଦଳେଇ ଯିଏକି ନିଜ ଶ୍ୱଶୁର ଘର ଇଂଚୁଡିରେ ରହନ୍ତି । କୌଣସି କାରଣ ବସତଃ ପଞ୍ଚାନନ ଆଜି ସକାଳେ ନଈକୁ ଯାଇଥିଲେ । ତେବେ ସେ ଆଉ ଫେରିନଥିଲେ । ତାଙ୍କର ମୃତ ଦେହ ଭାସୁଥିବା ଦେଖିବାକୁ ମିଳିଥିଲା । ତେବେ ଏହା ଏକ ଅପମୃତ୍ୟୁ ମାମଲା ହୋଇଥିବା କୁହାଯାଉଥିବାବେଳେ ଏହା ଏକ ହତ୍ୟାକାଣ୍ଡ ବୋଲି ମଧ୍ୟ ସନ୍ଦେହ ହେଉଥିବା ସୁଚନା ମିଳିଛି । ଘଟଣା ସ୍ଥଳରେ ଖନ୍ତାପଡା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *