ମହିଳାଙ୍କ ସନ୍ଦେହଜନକ ମୃତ୍ଯୁ, ଶାଶୁକୁ ନିସ୍ତୁକ ପିଟିଲେ ମୃତକଙ୍କ ପରିବାର ଲୋକେ (ଦେଖନ୍ତୁ ଭିଡିଓ)

ସୋର ୨୬।୨: ( ସଂକେତ୍ ଟିଭି) ବେକରେ ଶାଢି ଲଗାଇ ମହିଳାଙ୍କ ଆତ୍ମହତ୍ଯା । ବଧୂହତ୍ୟା ଅଭିଯୋଗରେ ଶାଶୁଙ୍କୁ ନିସ୍ତୁକ ମାଡ଼ ଦେଲେ ମୃତକଙ୍କ ପରିବାର ଲୋକେ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳରେ ।

ଖବର ନେବାରୁ ଜଣାପଡିଛି ଯେ ସୋର ଥାନା ଉଲାସଖଡପୁର ଗ୍ରାମର ପ୍ରଫୁଲ୍ଲ ଖୁଣ୍ଟିଆଙ୍କ ଝିଅ ହରପ୍ରିୟା ଆଠ ମାସ ତଳେ ବାହାନଗା ବ୍ଲକ ଖରସାପୁର ଗ୍ରାମର ଉତ୍ତମ ଜେନାଙ୍କୁ ବୈଦିକରୀତିରେ ବିବାହ କରିଥିଲେ । ତେବେ ଆଜି ହରପ୍ରିୟା ଘରୋଇ କଳିରୁ ଶଶୁର ଘର ଖରାଶାପୁର ଗ୍ରାମରେ ଫେନରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବାର ଶଶୁର ଘର କହୁଛନ୍ତି । ହେଲେ ପ୍ରଫୁଲ୍ଲଙ୍କ ପରିବାର ହରପ୍ରିୟାକୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଥିଲେ । ହରପ୍ରିୟାକୁ ସୋର ଡାକ୍ତରଖାନାକୁ ଅଣାଯିବ ପରେ ଡାକ୍ତର ମୃତ ଘୋଷଣା କରିଥିଲେ । ଏହି ସମୟରେ ସେଠାରେ ଥିବା ହରପ୍ରିୟାର ଶାଶୁ ଅଙ୍ଗନବାଡ଼ିର ହେଲ୍ପର ଲକ୍ଷ୍ମୀଜେନାଙ୍କୁ ପ୍ରଫୁଲ୍ଲ ଖୁଣ୍ଟିଆଙ୍କ ପରିବାର ଓ ସମ୍ପର୍କୀୟ ନିସ୍ତୁକ ମାଡ଼ ଦେଇଥିଲେ । ତେବେ ଘଟଣା ସ୍ଥଳରେ ଅନନ୍ତପୁର ଫାଣ୍ଡି ପୋଲିସ ଉପସ୍ଥିତ ଥିଲା ବେଳେ ତାର ଶାଶୁକୁ ନିସ୍ତୁକ ମାଡ଼ ହୋଇଥିଲା । ପରେ ସୋର ପୋଲିସ ସେଠାରେ ପହଞ୍ଚି ଶାଶୁ ଲକ୍ଷ୍ମୀ ଜେନାଙ୍କୁ ପୋଲିସ ଥାନାକୁ ନେଇ ଅଟକ ରଖିଛି ।

Leave a Reply

Your email address will not be published. Required fields are marked *