ସିସୋର ୬୫୦ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ, କ୍ଷତିଗ୍ରସ୍ତ ଜମାକାରୀଙ୍କୁ ବଣ୍ଟାଯିବ ଟଙ୍କା

କଟକ ୨୬।୨: ( ସଂକେତ୍ ଟିଭି) ସିସୋର ଥିବା ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତି ବାଜ୍ୟାପ୍ତ ଲାଗି ନିର୍ଦ୍ଦେଶ ଦିଆଯାଇଛି । ବ୍ୟାଙ୍କରେ ଥିବା ୧କୋଟି ୮୮ ଲକ୍ଷ ୭୫ ଟଙ୍କା ମଧ୍ୟ ବାଜ୍ୟାପ୍ତ ହେବ। ୧୯୭ ଏକର ଜମି ୧୩୮୫ ଗ୍ରାମ ସୁନା, ୨ଶହ କେଜି ରୁପାକୁ ବାଜ୍ୟାପ୍ତ କରାଯିବ । ସିସୋର ସ˚ସ୍ଥାର କଟକ, ଭୁବେନେଶ୍ବର, ପୁରୀ, ଖୋର୍ଦ୍ଧା, ଅନୁଗୋଳ ଓ ଅନ୍ୟ ଜିଲ୍ଲାରେ ଥିବା ପ୍ରାୟ ୬୫୦ କୋଟି ଟଙ୍କା ମୂଲ୍ୟର ସ୍ଥାବର ଅସ୍ଥାବର ସଂପତ୍ତିର (ଜମି, ସୁନା,ରୁପା, ବ୍ୟାଙ୍କ ଜମା ଓ କୋଠାବାଡ଼ି ଇତ୍ୟାଦି) ବାଜ୍ୟାପ୍ତି କରାଯାଇ ସଂପୃକ୍ତ ଅର୍ଥକୁ ଏହି ଚିଟ୍‌ଫଣ୍ଡ ସଂସ୍ଥା ଦ୍ବାରା କ୍ଷତିଗ୍ରସ୍ତ ଜମାକାରୀଙ୍କ ମଧ୍ୟରେ ବଣ୍ଟନ କରାଯିବ। ଏନେଇ କଟକ ସ୍ୱତନ୍ତ୍ର ଚିଟଫଣ୍ଡ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରଥମେ ସ୍ବଳ୍ପ ଜମାକାରୀମାନଙ୍କୁ ବଣ୍ଟା ଯିବ । ପରେ ବଡ଼ ଜମାକାରୀମାନଙ୍କୁ ଟଙ୍କା ବଣ୍ଟାଯିବ । ଏଥିପାଇଁ ସର୍ବସାଧାରଣରେ ନିଲାମ ହେବ । ସିସୋର ଇଣ୍ଡଷ୍ଟ୍ରି କରିବା ପାଇଁ ଟଙ୍କା ଡିପୋଜିଟ କରାଯାଇଥିଲା । ମୁଖ୍ୟତଃ ଅନୁଗୁଳ ଖୋର୍ଧାରେ ଜମି କିଣିବାକୁ ସିସୋର ଆବେଦନ କରିଥିଲା ।

ଆକଳନ ୭୦୦ କୋଟି ଟଙ୍କାରୁ ୬୫୦ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି ହୋଇଛି । ଅଳ୍ପ କିଛି ସମ୍ପତ୍ତିକୁ ବାଦ ଦିଆଯାଇଛି । ଚିଟଫଣ୍ଡ ସଂକ୍ରାନ୍ତ ଆଇନ ଆସିବାପରେ ଏହା ହେଉଛି ପ୍ରଥମ ମାମଲା। ଯାହାକୁ ସ୍ୱତନ୍ତ୍ର ଅଦାଲତରେ କଟକର ତତ୍କାଳୀନ ଅତିରିକ୍ତ ଜିଲ୍ଲାପାଳ ତଥା ଚିଟଫଣ୍ଡ ସ୍ୱତନ୍ତ୍ର ଅଧିକାରୀ ବିଭୁତି ଭୂଷଣ ଦାସ ରୁଜୁ କରିଥିଲେ।

‌ସୋର ବିରୋଧରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଥାନାରେ ୨୦୧୨, ଜୁଲାଇ ୧୮ରେ ଜମାକରୀଙ୍କୁ ଠକିବା ନେଇ ଅଭିଯୋଗ ରୁଜୁ ହୋଇଥିଲା। ଏହି ମାମଲାରେ ତଦନ୍ତ ପରେ ପ୍ରଶାନ୍ତ ଦାଶ, ପ୍ରଭାତ ଦାଶ ଓ ଅନ୍ୟ ଅଭିଯୁକ୍ତଙ୍କ ସହିତ ସିସୋର ସିକ୍ୟୁରିଟିଜ୍ ଲିମଟେଡ ଏମଡିଙ୍କ ବିରୋଧରେ ଚାର୍ଜସିଟ ଦାଖଲ ହୋଇଥିଲା।

Leave a Reply

Your email address will not be published. Required fields are marked *