ବାଲି ଗଦା ଭିତରୁ ଉଦ୍ଧାର ହେଲା ମୁଣ୍ଡ ବିହିନ କଙ୍କାଳ

ବାଲିଆପାଳ ୨୮/୨: (ଉମାକାନ୍ତ ନାୟକ) ବାଲି ଗଦା ଭିତରୁ ଉଦ୍ଧାର ହେଲା ମୁଣ୍ଡ ବିହିନ କଙ୍କାଳ । ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଥାନା ଅନ୍ତର୍ଗତ 16 ନମ୍ବର ଜାତୀୟ ରାଜପଥର ଜମାଳପୁର ବାଏପାସ ନିକଟସ୍ଥ ଏକ ବାଲିଗଦାରୁ ମୃତ ଶରୀର କଙ୍କାଳର କିଛି ଅଂଶ ଉଦ୍ଧାର କରିଛି ଜଳେଶ୍ୱର ପୋଲିସ ।

ସୂଚନା ଅନୁସାରେ, ରବିବାର ଅପରାହ୍ନରେ ଚାଷ କାମ କରିବାକୁ ଆସିଥିବା କିଛି ଚାଷୀ ବାଲି ଗଦା ଭିତରୁ ପାଦକୁ ଦେଖି ମୃତ ଦେହ ଥିବା ସନ୍ଦେହରେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଜଳେଶ୍ଵର ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାଲି ଗଦାକୁ ଖୋଳି ମୃତ ଶରୀରର ମୁଣ୍ଡ ବିହିନ କଙ୍କାଳ ଉଦ୍ଧାର କରିଥିଲେ । ତେବେ ଏହି ମୃତ ଶରୀରର ପରିଚୟ କଣ ଏବଂ ଏହାକୁ କିଏ ଓ କାହିଁକି ପୋତିଥିଲେ ତାହାର ତଦନ୍ତ ଆରମ୍ଭ ହୋଇଛି । ଘଟଣା ସ୍ଥଳରେ ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା ଜଳେଶ୍ଵର ଅତିରିକ୍ତ ତହସିଲଦାର ଶାନ୍ତି ରାମ ହେମ୍ରମ, ଜଳେଶ୍ଵର ଥାନାଧିକାରୀ ମାନସ କୁମାର ଦେଓ,ଏ ଏସ ଆଇ ନବଦିପ ସେଠୀ ଉପସ୍ଥିତ ଥିଲେ । ପୋଲିସ କଙ୍କାଳ ଟିକୁ ଫରେନସିକ ଟେଷ୍ଟ ପାଇଁ ପଠେଇଛି ।

Leave a Reply

Your email address will not be published. Required fields are marked *