ଅର୍ଚ୍ଚିତାଙ୍କୁ ଜୀବନସାଥୀ କରିବେ ସବ୍ୟସାଚୀ, ଆସନ୍ତାକାଲି ବାହାଘର
ଭୁବନେଶ୍ବର୨୮/୨: ଅଭିନେତା ସବ୍ୟସାଚୀ ଏବଂ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଆସନ୍ତାକାଲି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ପୂର୍ବରୁ ଭଉୟଙ୍କ ନିର୍ବନ୍ଧ ଶେଷ ହୋଇଥିବା ସୋସିଆଲ ମିଡିଆରେ ସବ୍ୟ ସୂଚନା ଦେଇଛନ୍ତି। ଏପରି କି ସୋସିଆଲ ମିଡିଆରେ ସମସ୍ତଙ୍କ ଆର୍ଶିବାଦ ଲୋଡିଛନ୍ତି ସବ୍ୟସାଚୀ।
ଏ ନେଇ ରବିବାର ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି ଅଭିନେତା ସବ୍ୟସାଚୀ। ଆସନ୍ତାକାଲି ରାଜସ୍ଥାନର ଏକ ବିଳାଶପୂର୍ଣ୍ଣ ହୋଟେଲରେ ଓଲିଉଡ୍ର ଆଗଧାଡିର ନାୟିକା ଅର୍ଚ୍ଚିତାଙ୍କ ହାତ ଧରିବେ ପାଗଳପ୍ରେମୀ ସବ୍ୟ। ଦୁହିଁଙ୍କ ଯୋଡିକୁ ନେଇ ପୂର୍ବରୁ ମଧ୍ୟ ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଥିଲା। ଅର୍ଚ୍ଚିତା ଏବଂ ସବ୍ୟସାଚୀ ବହୁ ଚଳଚ୍ଚିତ୍ରରେ ଏକାଠି କାମ କରିଛନ୍ତି। ଯେଉଁ ଫିଲ୍ମ ଓଡିଆ ଦର୍ଶକଙ୍କ ମନକୁ ଛୁଇଁଛି। ସୋସିଆଲ ମିଡିଆରେ ଏହି ଖବର ପ୍ରକାଶ ପାଇବା ପରେ ପ୍ରଂଶସକଙ୍କ ଶୁଭେଚ୍ଛାର ସୁଅ ସୁଟିଛି।