ବିବାହ ବନ୍ଧନରେ ବାନ୍ଧିହେଲେ ସବ୍ୟସାଚୀ ଓ ଅର୍ଚ୍ଚିତା
ଭୁବନେଶ୍ବର ୧।୩: ଓଲିଉଡ୍ର ଚର୍ଚ୍ଚିତ ଯୋଡି ସୁପରଷ୍ଟାର ସବ୍ୟସାଚୀ ମିଶ୍ର ଓ ଚୁଲବୁଲି ଅଭିନେତ୍ରୀ ଅର୍ଚ୍ଚିତା ସାହୁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ରାଜସ୍ଥାନରେ ଉଭୟଙ୍କର ବିବାହ ସମ୍ପନ୍ନ ହୋଇଛି ।
ଆଜି ସେହି ଅର୍ଚ୍ଚିତାଙ୍କ ସୁଖଦୁଃଖ ଆପଣେଇ ସ୍ଥିନ୍ଥିରେ ସିନ୍ଦୂର ବୋଳି ଦେଇଛନ୍ତି ସପନର ସୌଦାଗର ସବ୍ୟସାଚୀ ମିଶ୍ର । ଉଭୟ ସବ୍ୟସାଚୀ ଏବଂ ଅର୍ଚ୍ଚିତା ତାଙ୍କ ସୋସିଆଲ ମିଡିଆ ପେଜ୍ରେ କିଛି ଫଟୋ ସେୟାର କରିଥିବା ଦେଖିବାକୁ ମିଳିଛି । ସବ୍ୟସାଚୀ ଲେଖିଛନ୍ତି, ‘ଆଜିଠାରୁ ତମର ସବୁ ସୁଖ, ଦୁଃଖ, ଭଲ, ମନ୍ଦ ମୋର ।’ ଏହା ସହିତ ଉଭୟେ ସମସ୍ତଙ୍କର ଆଶିର୍ବାଦ ଭିକ୍ଷା କରିଛନ୍ତି। ତେବେ ଏହି ବିବାହରେ ଫଟୋ ସୋସିଆଲ ମିଡିଆରେ ସେୟାର କରିବା ପରେ ଶୁଭେଚ୍ଛା ଜଣାଇଛନ୍ତି ଉଭୟଙ୍କର ଫେନ ଓ ଶୁଭେଚ୍ଛୁ।


