ବିବାହ ପୂର୍ବରୁ ଅନୁଷ୍ଠିତ ହେଲା ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କ ହଳଦିଲଗା ପର୍ବ
ଭୂବନେଶ୍ବର ୧।୩: ବାହାଘର ପୂର୍ବରୁ ହଳଦୀ ମାଖିଲେ ଓଲିଉଡର ଚର୍ଚ୍ଚିତ ଯୋଡ଼ି ସବ୍ୟସାଚୀ ଏବଂ ଅର୍ଚ୍ଚିତା । ରାଜସ୍ଥାନର ଦାମୀ ରିସର୍ଟରେ ଉଭୟେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ।
ବିବାହ ପୂର୍ବରୁ ଏହି ଯୋଡ଼ିଙ୍କୁ ହଳଦି ଲଗାଯାଉଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଫଟୋରେ ଉଭୟ ସମାନ ରଙ୍ଗର ପୋଷାକ ପିନ୍ଧିଥିବା ଦେଖିବାକୁ ମିଳିଛି। ଅର୍ଚ୍ଚିତା ରାନି ଓ ହଳଦି ରଙ୍ଗର ଲେହେଙ୍ଗା ପିନ୍ଧିଥିବା ବେଳେ ସବ୍ୟସାଚୀ ମଧ୍ୟ ହଳଦିଆ ରଙ୍ଗର କୁର୍ତା ଉପରେ ରାନି ରଙ୍ଗର ଜ୍ୟାକେଟ ପିନ୍ଧିଛନ୍ତି। ହଳଦୀ ସେରିମୋନିରେ ଉଭୟଙ୍କ ପରିବାର ସଦସ୍ୟ ଉପସ୍ଥିତ ରହିଥିବାବେଳେ ଉଭୟ ସବ୍ୟ ଏବଂ ଅର୍ଚ୍ଚିତା ହଳଦୀ ଲଗାଇଥିବା ଫଟୋରେ ନଜର ଆସିଛନ୍ତି।
ବିବାହ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି ଉଭୟ ସବ୍ୟସାଚୀ ଏବଂ ଅର୍ଚ୍ଚିତା । ନୂଆ ସମ୍ପର୍କ ଆରମ୍ଭ କରୁଥିବାରୁ ପ୍ରଭୁ ଜଗନ୍ନାଥଙ୍କ ସହ ଓଡ଼ିଶାବାସୀଙ୍କ ଆଶୀର୍ବାଦ ଲୋଡ଼ିଛନ୍ତି ସବ୍ୟର୍ଚ୍ଚିତା।