୨୫ଟଙ୍କା ବଢିଲା ରନ୍ଧନ ଗ୍ଯାସ, ସିଲିଣ୍ଡର ଦାମ ହେଲା ୮୪୫ଟଙ୍କା ୫୦ ପଇସା

ଭୂବନେଶ୍ବର ୧।୩: ଆଜି ସାରା ଦେଶରେ ପୁଣି ରନ୍ଧନ ଗ୍ଯାସ ସିଲିଣ୍ଡର ମୂଲ୍ୟ ୨୫ଟଙ୍କା ବୃଦ୍ଧି ପାଇଛି। ଭୂବନେଶ୍ୱରରେ ୧୪.୨ କେଜି ଗ୍ୟାସ୍‌ ସିଲିଣ୍ଡରର ମୂଲ୍ୟ ୮୨୦ ଟଙ୍କା ୫୦ପଇସା ଥିଲା। ଆଜି ଏହାର ମୂଲ୍ୟ ୮୪୫ ଟଙ୍କା ୫୦ ପଇସାକୁ ବୃଦ୍ଧି ପାଇଛି।

ଦିଲ୍ଲୀରେ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ଦାମ୍ ୮୧୯ଟଙ୍କା, କୋଲକାତାରେ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ଦାମ୍ ୮୪୫ଟଙ୍କା, ମୁମ୍ବାଇରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୮୧୯ ଟଙ୍କା, ଚେନ୍ନାଇରେ ୮୩୫ ଏବଂ ହାଇଦ୍ରାବାଦରେ ଏହା ୮୭୧.୫୦ଟଙ୍କା ରହିଛି।

ଗତ ଫେବୃଆରି ମାସରେ ରାଜ୍ୟରେ ଏଲପିଜି ସିଲିଣ୍ଡର ମୂଲ୍ୟ କ୍ରମାଗତ ଭାବେ ତିନି ଥର ପାଇଁ ବୃଦ୍ଧି ଘଟିଥିବା ବେଳେ ମାର୍ଚ୍ଚ ଆରମ୍ଭରୁ ଆଜି ପୁଣି ଏଲପିଜି ଦରରେ ବୃଦ୍ଧି ଘଟିଛି। ପ୍ରଥମ ଥର ପାଇଁ ଫେବ୍ରୁଆରି ୪ରେ ଏଲପିଜି ଦରରେ ୨୫ଟଙ୍କା ବୃଦ୍ଧି ଘଟିଥିବା ବେଳେ ଫେବ୍ରୁଆରି ୧୪ରେ ଆଉ ୫୦ ଟଙ୍କା ବୃଦ୍ଧି କରାଯାଇଥିଲା। ପରେ ତୃତୀୟ ଥର ପାଇଁ ଫେବ୍ରୁଆରି ୨୫ରେ ଏଲପିଜି ସିଲିଣ୍ଡରରେ ୨୫ ଟଙ୍କାର ମୂଲ୍ୟବୃଦ୍ଧି ଘଟିଥିଲା।

Leave a Reply

Your email address will not be published. Required fields are marked *