୯ ସେକେଣ୍ଡରେ ନନ୍‌ଷ୍ଟପ୍ ୧୩ ପୁସ୍‌ଅପ୍ ମାରିଲେ ରାହୁଲ ଗାନ୍ଧୀ ( ଦେଖନ୍ତୁ ଭିଡିଓ)

ଚେନ୍ନାଇ ୧।୩: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣି ଥରେ ଚର୍ଚାକୁ ଆସିଛନ୍ତି । ହେଲେ ଏଥର ରାଜନୈତିକ କାରଣ ପାଇଁ ନୁହଁ , ବରଂ ତାଙ୍କ ପୁସ୍ ଅପ୍ ପାଇଁ । ତାମିଲନାଡୁ ଗସ୍ତରେ ଥିବା ରାହୁଲ ଗାନ୍ଧି ସୋମବାର କନ୍ୟାକୁମାରୀରେ ଏକ ରୋଡ ସୋ ରେ ଯୋଗ ଦେଇଥିଲେ । ସେଠାରେ ଯେ ଯୁବ ଛାତ୍ରୀଛାତ୍ରଙ୍କ ସହ କଥା ହୋଇଥିଲେ । କେବଳ ସେତିକି ନୁହେଁ ଏହି ସମୟରେ ସେ ପିଲାମାନଙ୍କୁ ଫିଟନେସ୍ ମନ୍ତ୍ର ବି ଦେଇଥିଲେ । ସେଠାରେ ଜଣେ ଛାତ୍ର ତାଙ୍କୁ ପୁସଅପ୍ ପାଇଁ କହିବାରୁ ଉକ୍ତ ଛାତ୍ରଙ୍କ ସହ ପୁସଅପ୍ ବି କରିଥିଲେ । ଏଥିରେ ରାହୁଲ ୯ ସେକେଣ୍ଡରେ ନନ୍‌ଷ୍ଟପ୍ ୧୩ ପୁସ୍‌ଅପ୍ କରିଛନ୍ତି । ଦଶମ ଶ୍ରେଣୀର ଜଣେ ଛାତ୍ରଙ୍କ ସହ ମଞ୍ଚ ଉପରେ ପୁସଅପ୍ କରି ଏବେ ରାହୁଲ ଚର୍ଚ୍ଚାକୁ ଆସିଛନ୍ତି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦେଖନ୍ତୁ ଭିଡିଓ –

Leave a Reply

Your email address will not be published. Required fields are marked *