ସ୍ତ୍ରୀର ଉଲଗ୍ନ ଫଟୋକୁ ଫେସ୍ବୁକରେ ଅପଲୋଡ କଲା ସ୍ୱାମୀ, ଗିରଫ କଲା ପୋଲିସ୍

ବାଲେଶ୍ବର ୨।୩: ( ସଂକେତ୍ ଟିଭି) ସ୍ତ୍ରୀର ଉଲଗ୍ନ ଫଟୋକୁ ଫେସବୁକରେ ଅପଲୋଡ କରିଦେଲା ସ୍ୱାମୀ । ସ୍ୱାମୀଙ୍କ ବିରୁଦ୍ଧରେ ଏମିତି ସଙ୍ଗିନି ଅଭିଯୋଗ ଆଣିଛନ୍ତି ପତ୍ନୀ । ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅଞ୍ଚଳରେ ।

ସ୍ବାମୀ ହେଉକି ବୟଫ୍ରେଣ୍ଟ । କାହାକୁ ବି ନିଜର ଉଲଗ୍ନ ଫଟୋ ଉଠାଇବା ପାଇଁ ସୂଯୋଗ ଦିଅନ୍ତୁ ନାହିଁ । ବିଶ୍ବାସରେ ବିଷ ଦେବା ପାଇଁ କେହି ବି ପଛ ଘୁଂଚା ଦିଅନ୍ତି ନାହିଁ । ଏହି ପରି ଏକ ଘଟଣା ସାମ୍ନାକୁ ଆସିଛି ସିଂଲା ଥାନା ଅଂଚଳରେ ।

ରମେଶ ହୁଦାୟତ ନାମକ ବ୍ୟକ୍ତି ୨୦୧୯ ମସିହାରେ ବୈଦିକ ରୀତିରେ ଜଣେ ମହିଳାଙ୍କୁ ବିବାହ କରିଥିଲେ । ରମେଶ ବାହାର ରାଜ୍ୟ ଚେନ୍ନାଇରେ ରହି ଏକ ଘରୋଇ କମ୍ପାନୀରେ କାମ କରନ୍ତି । ଆଉ ମହିଳା ଜଣକ ଶାଶୂ ଘରେ ରହୁଥିଲେ । କିଛି ଦିନ ପରେ ଦୁହିଁଙ୍କ ଭିତରେ ମନୋମାଳିନ୍ୟ ହେଲା । ମହିଳା ଏହାପରେ ଶାଶୂ ଘରୁ ନିଜ ବାପା ଘରକୁ ପଳାଇଥିଲେ। ସେହି ସମୟରେ ତାଙ୍କ ଫେସ୍ବୁକ୍ ଆଇଡିରେ ତାଙ୍କ ଉଲଗ୍ନ ଫଟୋକୁ କିଏ ଅପଲୋଡ୍ କରିଦେଇଛି । ଗୋଟିଏ କି ଦୁଇଟା ନୁହେଁ ୧୫ଟି ଏମିତି ଫଟୋ ଅପଲୋଡ୍ ହୋଇଛି । ଯାହାକି ଏବେ ଭାଇରାଲ ସାଜିଛି।

ତେବେ ଏହି ଫଟୋକୁ ଅନ୍ୟ କେହି ନୁହେଁ ତାଙ୍କ ସ୍ୱାମୀ ରମେଶ ଅପଲୋଡ୍ କରିଥିବା ମହିଳା ଜଣକ ଥାନାରେ ଅଭିଯୋଗ କରିଛନ୍ତି । ସ୍ୱାମୀ ରମେଶ ତାଙ୍କ ଫେସବୁକ୍ ଆଇଡି ପାସୱାର୍ଡ ଜାଣିଥିବା ମହିଳା ଉଲ୍ଲେଖ କରିଛନ୍ତି । ଅନ୍ତରଙ୍ଗ ମୁରୂର୍ତ୍ତର ଫଟୋ , ପୋଷାକ ବଦଳେଇବାର ଫଟୋ , ଆଉ ଶୋଇଥିବା ବେଳର ଫଟୋ ଫେସ୍ବୁକ୍ରେ ଅପଲୋଡ୍ କରିବା ପରେ ଅନେକ ଲାଇକ୍ ଓ କମେଣ୍ଟ ମିଳିଛି । ସେହି ଫଟୋ ସବୁ ଏବେ ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି । ପୋଲିସ୍ ଅଭିଯୁକ୍ତ ରମେଶଙ୍କ ବିରୁଦ୍ଧରେ IT ACT. 66 (E) , 67, 67A ସହ 498A, 294, 323 , 506, 379 ,34 ଧାରାରେ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଛି । ତେବେ ଏସବୁ ଫଟୋକୁ ରମେଶ ଅପ୍ଲୋଡ୍ କରିନଥିବା ସଂକେତ ଟିଭିକୁ କହିଛନ୍ତି ।

Leave a Reply

Your email address will not be published. Required fields are marked *