୭ କୋଟି ୯୦ ଲକ୍ଷ ଟଙ୍କାର ନକଲି ନୋଟ ଜବତ, ୩ ଗିରଫ

କୋରାପୁଟ ୨।୩: କୋରାପୁଟ ଜିଲ୍ଲାର ସୁଙ୍କି ଆଉଟ ପୋଷ୍ଟରେ ୭ କୋଟି ୯୦ ଲକ୍ଷ ଟଙ୍କାର ଜାଲ ନୋଟ୍ ଜବତ କରିଛି ପୋଲିସ । ପଟାଙ୍ଗି ପୋଲିସ ଏହି ଘଟଣାରେ ଛତିଶଗଡ ଅଞ୍ଚଳର ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ସୂଚନାଯୋଗ୍ୟ ଯେ, ଗୋଟିଏ ଫିଗୋ କାର ଛତିଶଗଡ ଯାଉଥିବା ବେଳେ ସୁଙ୍କି ଆଉଟ ପୋଷ୍ଟରେ ପୋଲିସ ଜାଲ୍‌ ନୋଟ୍ ଜବତ କରିଛି । ପଟାଙ୍ଗି ପୋଲିସ ଏହି ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଏନେଇ ତଦନ୍ତ ଆରମ୍ଭ କରିଛି । ସବିଶେଷ ବିବରଣୀ ପୋଲିସ ପରବର୍ତ୍ତୀ ସମୟରେ ସୂଚନା ପ୍ରଦାନ କରିବ ବୋଲି ସୁନାବେଡ଼ା ଏସଡିପିଓ ନିରଞ୍ଜନ ବେହେରା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *