ବନ୍ଧୁକ ମୁନରେ ଯୁବକ ପଣବନ୍ଦୀ, ୮ ଲକ୍ଷ ଟଙ୍କା ନଦେଲେ ହତ୍ୟା ଧମକ, ଭିଡିଓ ହେଲା ଭାଇରାଲ

ସୋର ୦୨।୦୩: (ସଂକେତ୍ ଟିଭି) ବନ୍ଧୁକ ମୁନରେ ଯୁବକ ପଣବନ୍ଦୀ, ୮ ଲକ୍ଷ ଟଙ୍କା ନଦେଲେ ହତ୍ୟା ଧମକ ଭିଡିଓ ଭାଇରାଲ । ପଣବନ୍ଦୀ ହୋଇ ରହିଥିବା ଯୁବକ ଜଣକ ବାଲେଶ୍ବର ଜିଲ୍ଲା ସୋର ଥାନା କେଶପୁର ଗାଁର ବୋଲି ଜଣାପଡିଛି ।

ଖବର ନେବାରୁ ଜଣାପଡିଛି ଯେ, କେଶପୁର ଗ୍ରାମର ତାପସ କୁମାର ମହାନ୍ତି ୮ ବର୍ଷ ହେବ ବେଙ୍ଗଲୁରୁର ଏକ କେଣ୍ଟିନରେ କାମ କରୁଥିଲେ । ମଝିରେ ମଝିରେ ଘରକୁ ଆସନ୍ତି । ୧୦ ଦିନ ତଳେ ଘରକୁ ଆସିଥିଲେ । କୋଭିଡ୍ ପାଇଁ ଗତ ମାର୍ଚ୍ଚ ଭଳି ଏଥର ଲକ୍ ଡାଉନ ହେବ ଭାବି ଆଉ ବେଙ୍ଗଲୋର ଫେରିନଥିଲେ । ଘରେ ଥିବା ବେଳେ ଗତ ୨୮ ତାରିଖ ଦିନ ଏକ ଅଜଣା ନମ୍ବରରୁ ଫୋନ ଆସିଥିଲା ଯେ ଭଲ କାମ ଅଛି କୋଲକତା ଆସ । ସେହିଦିନ ତାପସ ତୁରନ୍ତ କଲିକତା ଚାଲିଯାଇଥିଲେ ।

ପରେ ସନ୍ଧ୍ୟାରେ ତାପସର ସ୍ତ୍ରୀ ସୁକାନ୍ତିକୁ ଏକ ଅଜଣା ଫୋନରୁ ତମ ସ୍ବମୀକୁ ଅପହରଣ କରିଛୁ, ୮ ଲକ୍ଷ ଟଙ୍କା ଆମ ଏକାଉଣ୍ଟରେ ଦେଲେ ତମ ସ୍ବାମୀକୁ ଛାଡିବୁ, ନଚେତ୍ ତମ ସ୍ବାମୀକୁ ହତ୍ୟା କରିବୁ ବୋଲି ଖୋଲା ଖୋଲି ଧମକ ଦେଇଥିଲେ । ମାର୍ଚ୍ଚ ୨ ତାରିଖରେ ସେହି ନମ୍ବରରୁ ତାପସର ହାତ ଗୋଡ ବନ୍ଧା ଯାଇଥିବା ଏବଂ ବନ୍ଧୁକ ଓ ଟାଙ୍ଗିଆ ରଖି ହତ୍ୟା ଧମକ ଦିଆଯାଉଥିବାର ଭିଡିଓ ଘର ମୋବାଇଲ୍ କୁ ଆସିଥିଲା । ଯାହାର ଭିଡିଓ ଭାଇରାଲ ହୋଇଛି ।

ଏନେଇ ତାପସର ସ୍ତ୍ରୀ ସୁକାନ୍ତି ସୋର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ସେପଟେ ଭୟଭୀତ ହୋଇ ତାପସର ପରିବାର ଅପହରଣକାରୀ ଦେଇଥିବା ଏକ ବ୍ୟାଙ୍କ ଆକାଉଣ୍ଟ ନମ୍ବରରେ ୫୦ ହଜାର ଟଙ୍କା ଜମା କରିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *