କେଉଁଠି ଓ କିପରି ଅଛନ୍ତି ସବ୍ଯସାଚୀଙ୍କ ପ୍ରଥମ ପତ୍ନୀ ସୀମା..

ଭୂବନେଶ୍ବର ୨।୩: ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ବୈଦିକ ରିତିରେ ରାଜସ୍ଥାନର ଏକ ରିସୋର୍ଟରେ ବିବାହ କରିଛନ୍ତି। ଏହାକୁ ବେଶ୍ ଚର୍ଚ୍ଚା ଚାଲିଥିବା ବେଳେ ସବ୍ୟସାଚୀଙ୍କ ପ୍ରଥମ ପତ୍ନୀ ସୀମାଙ୍କୁ ନେଇ ସାମାଜିକ ଗଣମାଧ୍ୟମରେ ଆଲୋଚନା ଆରମ୍ଭ ହୋଇଯାଇଛି।

୨୦୦୮ ମସିହାରେ କଲେଜ୍ କ୍ଲାସମେଟ୍ ସୀମାଙ୍କୁ ସବ୍ୟସାଚୀ ମିଶ୍ର ପ୍ରେମ ବିବାହ କରିଥିଲେ। ବିବାହ ସମୟରେ ଉଭୟେ ଏକ ଘରୋଇ ଇଂଜିନିୟରିଂ କଲେଜରେ ପାଠ ପଢାଉଥିଲେ। କିନ୍ତୁ କୌଣସି କାରଣରୁ ତାଙ୍କର ଦାମ୍ପତ୍ୟ ଜୀବନର ଯାତ୍ରା ୮ ବର୍ଷ ମଧ୍ୟରେ ହିଁ ଶେଷ ହୋଇଗଲା। ୨୦୧୫ ମସିହାରେ ସୀମା ଓ ସବ୍ୟସାଚୀଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଥିଲା।

ସୀମାଙ୍କ ସହ ବିଚ୍ଛେଦ ପରେ ଅଭିନେତ୍ରୀ ଅର୍ଚ୍ଚିତାଙ୍କ ସହ ସବ୍ୟସାଚୀଙ୍କ ପ୍ରେମ ସମ୍ପର୍କ ନେଇ ଚର୍ଚ୍ଚା ଚାଲିଲା। ଅର୍ଚ୍ଚିତା ଓ ସବ୍ୟସାଚୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେତେବେଳେ ସୀମାଙ୍କ ସାତ ଜନ୍ମର ସାଥୀ ହେବାକୁ ସବ୍ୟ ଅଗ୍ନିକୁ ସାକ୍ଷୀ ରଖି ଶପଥ ନେଇଥିବା ସବ୍ୟସାଚୀ ଏବେ ଦ୍ୱିତୀୟ ଥର ପାଇଁ ଠିକ ସେହିଭଳି ଶପଥ ନେଇଛନ୍ତି।

ଭେଲେଣ୍ଟାଇନ ଦିବସ ଅବସରରେ ଏକ ଗଣମାଧ୍ୟମରେ ସେତେବେଳର ନବଦମ୍ପତ୍ତି ସୀମା ଏବଂ ସବ୍ୟସାଚୀଙ୍କ ଏକ ସାକ୍ଷାତକାର ପ୍ରକାଶିତ ହୋଇଥିଲା। ସେଥିରେ ସୀମା କହିଥିଲେ ଯେ, ସବ୍ୟସାଚୀ ଓ ସେ ବିବାହ ପୂର୍ବେ ଓ ପରେ ସବୁବେଳେ ବେଷ୍ଟ ଫ୍ରେଣ୍ଟ ହୋଇ ରହିବେ। ଏହା ହିଁ ଏକ ସମ୍ପର୍କର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଜିନିଷ। ସେପଟେ ଫିଲ୍ମ ସୁଟିଂରେ ବ୍ୟସ୍ତ ଥିବା ଯୋଗୁଁ ପତ୍ନୀଙ୍କୁ ସମୟ ଦେଇପାରୁନଥିବା ସବ୍ୟସାଚୀ କହିଥିଲେ। ଏହା ବ୍ୟତୀତ ଉଭୟେ ସବୁବେଳେ ଏକତ୍ର ଭେଲେନଟାଇନ ଡେ ପାଳନ କରୁଥିବା ଏବଂ ଏଥର କ୍ୟାଣ୍ଡେଲ ଡିନର କରି ସନ୍ଧ୍ୟାକୁ ଆହୁରି ରୋମାଣ୍ଟିକ କରିବାକୁ ପ୍ଲାନ କରୁଥିବା କହିଥିଲେ।

ତେବେ ଏବେ ସବ୍ଯସାଚୀଙ୍କ ପ୍ରଥମ ପତ୍ନୀ ସୀମା କେଉଁଠାରେ ଅଛନ୍ତି? କିପରି ଅଛନ୍ତି? କାହିଁକି ସୀମା ଗ୍ଲାମର୍ସ ଦୁନିଆଠୁ ଦୂରେଇଗଲେ? ଏଭିଳି ଅନେକ ପ୍ରଶ୍ନ ସବ୍ୟଙ୍କ ଫ୍ୟାନ୍ସଙ୍କ ମନରେ ଉଠୁଛି।

Leave a Reply

Your email address will not be published. Required fields are marked *