ଅନୁରାଗ କାଶ୍ୟପ ଓ ତାପସୀ ପନ୍ନୁଙ୍କ ବାସଭବନରେ ଆୟକର ଚଢାଉ

ମୁମ୍ବାଇ, ୩।୩: ବଲିଉଡ୍‌ ର ଲୋକପ୍ରିୟ ନିର୍ମାତା ଅନୁରାଗ କଶ୍ୟପ, ବିକାଶ ବହଲ ଚୁଲବୁଲି ଅଭିନେତ୍ରୀ ତାପସୀ ପନ୍ନୁ ଏବଂ ଟାଲେଣ୍ଟ ମ୍ୟାନେଚର ମଧୁ ମେଣ୍ଟେନାଙ୍କ ବାସଭବନରେ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଏକକାଳୀନ ମୁମ୍ବାଇ ଏବଂ ପୁଣେ ସମେତ ୨୨ଟି ସ୍ଥାନରେ ଏହି ରେଡ୍ ହୋଇଛି। ଫ୍ୟାଣ୍ଟମ ଫିଲ୍ମରେ ହୋଇଥିବା ଟ୍ୟାକ୍ସ ଚୋରି ଅଭିଯୋଗରେ ଏହି ଚଢ଼ାଉ ହୋଇଛି।

୨୦୧୧ରେ ଅନୁରାଗ କଶ୍ୟପ,ବିକାଶ ବହଲ, ମଧୁ ମେଣ୍ଟେନା ଏବଂ ବିକ୍ରମାଦିତ୍ୟ ମୋଟଓ୍ବାନେଙ୍କ ଦ୍ୱାରା ଫ୍ୟାଣ୍ଟମ୍‌ ଫିଲ୍ମସ୍‌ ସ୍ଥାପନା କରାଯାଇଥିଲା। ୨୦୧୮ ଅକ୍ଟୋବରରେ କମ୍ପାନୀକୁ ବନ୍ଦ କରି ଦିଆଯାଇଥିଲା। ସୂଚନାଯୋଗ୍ୟ, ଅନୁରାଗ କେନ୍ଦ୍ର ସରକାରଙ୍କ ନୀତିର ଜଣେ ଦୃଢ଼ ସମାଲୋଚକ। ସେହିପରି ତାପସୀ ମଧ୍ୟ କୃଷି ଆଇନର ବିରୋଧ କରିଥିଲେ।

ଆୟକର ବିଭାଗର ସୂତ୍ରରୁ ଜଣାପଡିଛି ଯେ, ଟ୍ୟାକ୍ସ ଚୋରି ମାମଲାରେ ଫେଣ୍ଟମ ଚଳଚ୍ଚିତ୍ର ସହ ଜଡିତ ଲୋକଙ୍କ ଘରେ ଆୟକର ବିଭାଗ ଚଢ଼ାଉ କରିଛି। ଏଥିରେ ଅନୁରାଗ କାଶ୍ୟପ, ତାପସୀ ପନ୍ନୁ, ବିକାଶ ବହଲ ଏବଂ ଅନ୍ୟମାନେ ସାମିଲ ଅଛନ୍ତି। ଆୟକର ବିଭାଗର ଟିମ୍ ମୁମ୍ବାଇ, ପୁଣେ ସମେତ ୨୦ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରୁଛି। ଏଥିରେ ଚାରୋଟି କମ୍ପାନୀ ସାମିଲ ଅଛି।

Leave a Reply

Your email address will not be published. Required fields are marked *