ଥଟ୍ଟାମଜାରୁ ଛାତ୍ରଙ୍କ ପେଟରେ ଛୁରା ମାରିଲେ ଦଶମ ଶ୍ରେଣୀ ଛାତ୍ର

ବ୍ରହ୍ମପୁର,୦୩/୦୩ :(ସଂକେତ ଟିଭି) ସାମାନ୍ୟ ଥଟ୍ଟା ମଜାକୁ କେନ୍ଦ୍ର କରି ଜଣେ ଛାତ୍ର ଅନ୍ୟ ଜଣେ ଛାତ୍ରଙ୍କ ପେଟକୁ ଛୁରାରେ ଭୂଷି ଦେଇଥିଲେ । ଗୁରୁତର ଛାତ୍ରକୁ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ବଡ଼ବୋରସିଙ୍ଗ ଗାଁରେ ।

ସୂଚନା ଅନୁସାରେ, ବଡ଼ବୋରସିଙ୍ଗ ଗ୍ରାମ ନୋଡାଲ ଉଚ୍ଚ ବିଦ୍ୟାଳୟର ଡ୍ରିଲ କ୍ଲାସ ଚାଲିଥିବାବେଳେ ଅମିତ ନାୟକ ଓ ତାଙ୍କ ସାଙ୍ଗ ଶୁଭମ ଭୋଳ ଙ୍କ ମଧ୍ୟରେ ଥଟ୍ଟାମଜାରୁ କଥା କଟାକଟି ହୋଇଥିଲେ। ମାତ୍ର ଏଥିରେ ଶୁଭମ୍ ଉତ୍ତ୍ୟକ୍ତ ହୋଇ ଅମିତଙ୍କୁ ଛୁରା ମାଡ଼ କରିଥିଲେ । ଗୁରୁତର ଛାତ୍ରକୁ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Leave a Reply

Your email address will not be published. Required fields are marked *