ଆରଆଇଙ୍କ ଉପରେ ଡମ୍ପର ଚଢାଇ ଦେଲେ ବାଲି ମାଫିଆ
ଜଳେଶ୍ବର ୦୪।୦୩: ( ସଂକେତ୍ ଟିଭି) ରାଜସ୍ୱ ନିରୀକ୍ଷକଙ୍କ ଉପରେ ଡମ୍ପର ଚଢାଇ ହତ୍ୟା ଉଦ୍ୟମ କଲେ ବାଲି ମାଫିଆ । ବାଲି ଚୋରା ଚାଲାଣ ବେଳେ ଚେକିଂ କରୁଥିବା ବେଳେ ଆରଆଇଙ୍କୁ ହତ୍ଯା ଉଦ୍ଯମ କରାଯାଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାଟି ଘଟିଛି ବାଲେଶ୍ବର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଆମ୍ବଳିଅଠା ଛକଠାରେ ।
ସୂଚନା ଅନୁସାରେ, ଜଳେଶ୍ୱର ଥାନା ଅନ୍ତର୍ଗତ ଆମ୍ବଳିଅଠା ଛକ ଠାରେ ଜଳେଶ୍ୱର ଅତିରିକ୍ତ ତହସିଲଦାର ଏବଂ ରାଜସ୍ୱ ନିରକ୍ଷକ ଦିଲ୍ଲୀପ ଚାନ୍ଦ ପଶ୍ଚିମବଙ୍ଗକୁ ଚୋରା ବାଲି ଚାଲାଣ ହେଉଥିବା ଗାଡି ମାନଙ୍କୁ ଯାଞ୍ଚ କରୁଥିଲେ। ଏହି ସମୟରେ ଏକ ବାଲି ବୋଝେଇ ଡ଼ମ୍ଫର ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିଲା । ତାକୁ ଯାଞ୍ଚ ପାଇଁ ଅତିରିକ୍ତ ତହସିଲଦାର ଏବଂ ଆରଆଇ ଅଟକାଇବା ହାତ ମାରିଥିଲେ। ସୌଭାଗ୍ୟ ବଶତଃ ଅତିରିକ୍ତ ତହସିଲଦାର ବର୍ତ୍ତି ଯାଇଥିବା ବେଳେ ରାଜସ୍ୱ ନିରୀକ୍ଷକଙ୍କ ଡାହାଣ ଗୋଡ଼ ଉପରେ ଗାଡି ମାଡ଼ି ଯାଇଥିଲା । ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କରାଯାଇ ରାଜସ୍ୱ ନିରୀକ୍ଷକ ଅଧିକାରୀଙ୍କୁ ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବାଲି ବୋଝେଇ ଡମ୍ଫରଟି ଘଟଣା ସ୍ଥଳରୁ ଫେରାର ମାରିଛି।