ପ୍ରେମିକାକୁ ଖୁସି କରିବା ପାଇଁ ନାବାଳକ ନିଜେ ରଚିଲା ନିଜର ଅପହରଣ ନାଟକ

କେନ୍ଦ୍ରାପଡା ,୦୫/୦୩: ପ୍ରେମିକାକୁ ଖୁସି କରିବା ପାଇଁ ଜଣେ ୧୭ ବର୍ଷର ନାବାଳକ ବାପାଙ୍କ ଏଟିଏମ୍‌ରୁ ୭୭ ହଜାର ଟଙ୍କା ଉଠାଇ ନେଇ ଖର୍ଚ୍ଚ କରିଥିଲା । ଏହା ପରେ ସେ ବାପାଙ୍କ କ୍ରୋଧରୁ ବଞ୍ଚିବା ପାଇଁ ଏକ ଅପରହଣ ନାଟକ ରଚିଥିଲା । ହେଲେ ଶେଷରେ ସେ ନିଜ ଜାରରେ ନିଜେ ଫସି ଯାଇତିଲା । ଏହିପରି ଏକ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ଥାନା ଅନ୍ତର୍ଗତ ରଘୁଦେଇପୁର ପଂଚାୟତ ବେଲାରପୁର ଗ୍ରାମରେ ।

ସୂଚନା ଅନୁସାରେ, ବେଲାରପୁର ଗ୍ରାମରେ ଜନୈକ ବ୍ଯକ୍ତି ଧାନ ବିକି ବ୍ୟାଙ୍କରେ ଟଙ୍କା ଜମା ରଖିଥିଲେ । ଏକଥା ଜାଣିବା ପରେ ସେହି ବ୍ଯକ୍ତିଙ୍କ ନାବାଳକ ପୁଅ ବାପାଙ୍କ ଏଟିଏମ୍‌ କାର୍ଡ ଲୁଚାଇ ଆଣି ୧୫ ଦିନ ତଳେ ସେଥିରେ ୩୭ ହଜାର ଟଙ୍କା ଉଠାଇ ନେଇଥିଲା । ପୁଣି ମାର୍ଚ୍ଚ ୧ ତାରିଖ ଦିନ ଆଉ ୪୦ହଜାର ଟଙ୍କା ଉଠାଇ ଖର୍ଚ୍ଚ କରିଥିଲା ।

ଏ ସମ୍ପର୍କରେ ଜାଣି ବାପା-ମା ବିରକ୍ତ ହୋଇଥିଲେ । ବାପା-ମାଙ୍କ ରାଗରୁ ବର୍ତ୍ତିବା ପାଇଁ ସେ ତାରିଣୀ ଛକକୁ ବାଇକ୍‌ରେ ଆସିଥିଲା । ସେହି ସମୟରେ ଏକ ବୋଲେରୋ ସେପଟେ ଜାତୀୟ ରାଜପଥ ଆଡ଼କୁ ଯାଉଥିବା ଦେଖି ଲିଫ୍‌ଟ୍‌ ମାଗି ସେଥିରେ ଯାଇଥିଲା । ଏହା ପରେ ସେମାନେ ବାଟରେ ଗାଡ଼ିରେ ଡିଜେଲ ପକାଇବା ସହ ହୋଟେଲ୍‌ରେ ଖାଇଥିଲେ । ଯାଜପୁରର ଭାକୁଡ଼ ଛକରେ ସେ ବୋଲେରୋରୁ ଓହ୍ଲାଇ ପଡ଼ିଥିଲା । ଏହା ସହିତ ସେ ଅପହରଣ ହୋଇଥିବା କଥା ବାପା-ମାଙ୍କୁ ସୂଚନା ଦେଇଥିଲା ।

ମିଛ ଅପହରଣ ନାଟକ ରଚିଥିବା ନାବାଳକକୁ ଉଦ୍ଧାର କରିବା ପାଇଁ ଡେରାବିଶ ଆଇଆଇସି ଉମାକାନ୍ତ ନାୟକଙ୍କୁ ପୂରା ପୋଲିସ୍‌ ଟିମ୍‌ ସହିତ ରାତିସାରା ନୟାନ୍ତ ହେବାକୁ ପଡ଼ିଥିଲା । ଶେଷରେ ପୋଲିସ୍‌ ସଂପୃକ୍ତ ନାବାଳକକୁ ଧରି ତାଠାରୁ ସତ ଓକାଳିଥିଲା । ପ୍ରେମିକାକୁ ଖୁସି କରିବା ଓ ବନ୍ଧୁମାନଙ୍କ ସାଙ୍ଗରେ ଅୟସ୍‌ କରିବା ପାଇଁ ଏଟିଏମରୁ ଟଙ୍କା ଉଠାଇଥିବା ସ୍ବୀକାର କରିଛି ।

ବାପାଙ୍କ ଏଟିଏମ୍‌ରେ ଉଠାଇ ଖର୍ଚ୍ଚ କରିଥିବା ଟଙ୍କା ରୋଜଗାର କରିବା ପରେ ସେ ଘରକୁ ଫେରିବ ନାହିଁ ବୋଲି ପ୍ରତିଜ୍ଞା କରି ଘରୁ ଚାଲିଯାଇଥିବା କଥା ନାବାଳକ ଜଣକ ପୋଲିସକୁ କହିଛି। ପୋଲିସ ତା ବାପା-ମାଙ୍କୁ ଡକାଇ ତାଗିଦ୍‌ କରିବା ପରେ ନାବାଳକକୁ ହସ୍ତାନ୍ତର କରିଛି ।

Leave a Reply

Your email address will not be published. Required fields are marked *