ଖୁରରେ ନିଜ ଭାଉଜର ତଣ୍ଟି କାଟି ଦେଲା ଦିଅର

ରାଉରକେଲା,୦୫/୦୩: ସମାନ୍ୟ ବଚସାରୁ ଜଣେ ଯୁବକ ଖୁରରେ ନିଜ ଭାଉଜର ତଣ୍ଟି କାଟି ଦେଇଛି । ଘଟଣାଟି ଘଟିଛି ରାଉରକେଲା ବିରଜାପାଲୀରେ । ପୋଲିସ୍‌ ଏନେଇ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଦିଅର ଲକ୍ଷ୍ମଣ ବାଗ୍‌ଙ୍କୁ ଗିରଫ କରିଛି ।

ସୂଚନା ଅନୁସାରେ, ବିରଜାପାଲୀରେ ଲକ୍ଷ୍ମଣ ନିଜ ପରିବାର ସହ ରୁହନ୍ତି । ଗତକାଲି ରାତିରେ ଲକ୍ଷ୍ମଣ ନିଶାଶକ୍ତ ଅବସ୍ଥାରେ ଘରକୁ ଯାଇଥିଲେ । ଘର ବାହାରେ ଖେଳାଖେଳି କରୁଥିବା ଛୋଟ ଛୋଟ ପିଲାମାନଙ୍କୁ ଗାଳିଗୁଲଜ କରୁଥିଲେ । ଭାଉଜ ସୁମିତ୍ରା ବାରଣ କରିବାରୁ ଲକ୍ଷ୍ମଣ ଏକ ଖୁରରେ ତାଙ୍କୁ ଆକ୍ରମଣ କରିଥିଲେ । ଫଳରେ ସୁମିତ୍ରାଙ୍କ ବେକରେ ଆଘାତ ଲାଗିଥିଲା । ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ଲାଗି ସରକାରୀ ଡାକ୍ତରଖାନା ନେଇଥିଲେ । ଘଟଣାକୁ ନେଇ ସୁମିତ୍ରା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ପୋଲିସ୍‌ ଏନେଇ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଦିଅର ଲକ୍ଷ୍ମଣ ବାଗ୍‌ଙ୍କୁ ଗିରଫ କରିଛି । ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ।

Leave a Reply

Your email address will not be published. Required fields are marked *