ବେଆଇନ ମଦ ଦୋକାନ ଉପରେ ଚଢାଉ, ୮ ଜଣ ଗିରଫ

ବସ୍ତା, ୦୬/୦୩ : ( ପ୍ରଶାନ୍ତ ସେନାପତି ) ବାଲେଶ୍ଵର ଜିଲ୍ଲା ଭୋଗରାଇ ଏବଂ ଜଳେଶ୍ବର ବ୍ଲକର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ବହୁ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ କରାଯିବା ସହିତ ୮ ଜଣଙ୍କୁ ଗିରଫ କରାଯାଇଛି ।

ସୂଚନା ଅନୁସାରେ, ଭୋଗରାଇ ଏବଂ ଜଳେଶ୍ବର ଅବକାରୀ ବିଭାଗ ପକ୍ଷରୁ ଗୋପ, ବିଷ୍ଣୁପୁର, ଜଳେଶ୍ଵରପୁର, ଲକ୍ଷ୍ମଣନାଥ, ଡିଙ୍ଗାଶୋଳ, ଡଙ୍ଗା, ପଞ୍ଚୁଘଣ୍ଟା, ପୁଟିଣା ପ୍ରଭୃତି ସ୍ଥାନରେ ବେଆଇନ ମଦ ଦୋକାନ ଉପରେ ଚଢାଉ କରାଯାଇଥିଲା । ଚଢାଉ ସମୟରେ ବହୁ ପରିମାଣର ଦେଶୀ ଏବଂ ମଦ ଜବତ କରାଯିବା ସହିତ ୮ ଜଣଙ୍କୁ ଗିରଫ କରାଯାଇଛି ।

Leave a Reply

Your email address will not be published. Required fields are marked *