ପ୍ରଥମେ କିଏ କରିଥିଲା ପ୍ରପୋଜ: ସବ୍ୟସାଚୀ ନା ଅର୍ଚ୍ଚିତା

ଭୂବନେଶ୍ବର ୦୬।୦୩: ରାଜସ୍ଥାନରେ ବିବାହ ପରେ ଭୁବନେଶ୍ୱର ଫେରିବା ସମୟରେ ସେଲିବ୍ରିଟି ନବ ଦମ୍ପତି ସବ୍ୟ-ଅର୍ଚ୍ଚିତା ନିଜ ବିବାହ ସଂପର୍କରେ ଅନେକ ତଥ୍ଯ ଲୋକଲୋଚନକୁ ଆଣିଛନ୍ତି । ତେବେ ସମସ୍ତେ ଭାବୁ ଥିଲେ ଯେ ସବ୍ଯସାଚୀ ଅର୍ଚ୍ଚିତାଙ୍କୁ ପ୍ରପୋଜ କରିଥିବେ । ହେଲେ କଥାଟା ପୁରା ଓଲଟା । ଭୂବନେଶ୍ବର ଏୟାରପୋର୍ଟରେ ସାମ୍ବାଦିକମାନେ ପ୍ରଶ୍ନ କରିଥିଲେ ଯେ ବିବାହ ପୂର୍ବରୁ କିଏ କାହାକୁ ପ୍ରଥମେ ପ୍ରପୋଜ କରିଥିଲେ । ସବ୍ଯସାଚୀ ଏହି ସମୟରେ ଅର୍ଚ୍ଚିତାଙ୍କ ଆଡକୁ ଆଙ୍ଗୁଳି ଦେଖାଇଥିବାବେଳେ ଅର୍ଚ୍ଚିତା ଏକଥାକୁ ସ୍ବୀକାର କରିଥିଲେ । ଏହା ସହିତ ସେ କହିଥିଲେ ଯେ ମୁଁ ପ୍ରଥମେ ସବ୍ଯସାଚୀଙ୍କୁ ପ୍ରପୋଜ କରିଥିଲି । ହେଲେ ସେ ହଁ କହିବା ପାଇଁ ଅନେକ ଦିନ ସମୟ ନେଇଥିଲେ ।

ଅର୍ଚ୍ଚିତାଙ୍କୁ ପ୍ରେମ କରିବା ପୂର୍ବରୁ ବିବାହିତ ଥିଲେ ସବ୍ୟ ।ସବ୍ୟ ଇଞ୍ଜିନିୟରିଂ କରୁଥିବା ସମୟରେ ସୀମା ମିଶ୍ରଙ୍କୁ ବିବାହ କରିଥିଲେ । ସୀମା ଓ ସବ୍ୟ ଗୋଟିଏ କଲେଜରେ ପାଠ ପଢୁଥିବା ବେଳେ ପରସ୍ପରକୁ ପ୍ରେମ କରି ବସିଥିଲେ । ଏହି ଦୁଇଜଣଙ୍କ ବିବାହ ଦୁଇ ବର୍ଷ ପର୍ଯ୍ୟନ୍ତ ଭଲରେ କଟିଥିଲା । ହେଲେ ଉଭୟ ସମ୍ପର୍କରେ ଫାଟ ଦେଖା ଦେବାରୁ ବିବାହର ଦୁଇ ବର୍ଷ ଅର୍ଥାତ 2013 ମସିହାରେ ଦୁହେଁ ଛାଡପତ୍ର ଦେଇଥିଲେ । । ସେପଟେ ଧୀରେ ଧିରେ ସବ୍ୟଙ୍କ ଜୀବନରେ ଏଣ୍ଟ୍ରି ମାରିଥିଲେ ଅର୍ଚ୍ଚିତା ।

ଆଉ ଦୁଇଜଣଙ୍କ ରୋମାନ୍ସ ପ୍ରଥମେ ପରଦାରେ ଦେଖିବାକୁ ମିଳିଥିଲା । ଏହି ଯୋଡି ‘ପିଲାଟା ବିଗିଡି ଗଲା’, ‘ସ୍ମାଇଲ୍ ପ୍ଲିଜ୍’, ‘ମୁଁ ଏକା ତୁମର’, ‘ମୁଁ ସ୍ବପ୍ନର ସୌଦାଗର’, ‘ପାଗଳ କରିଛି ପାଉଁଞ୍ଜି ତୋର’, ‘କୋଉ ଦୁନିଆରୁ ଆସିଲ ବନ୍ଧୁ’, ‘ତୋର ମୋର ଯୋଡି ସୁନ୍ଦର’, ‘କେବେ ତୁମେ ନାହଁ କେବେ ମୁଁ ନାହିଁ ’ ଭଳି ଫିଲ୍ମରେ ଏକାଠି ଦେଖିବାକୁ ମିଳିଥିଲା । ଏହି ସବୁ ଫିଲ୍ମରେ ସବ୍ୟଙ୍କ ସହ ରୋମାନ୍ସ କରିବା ପରେ ପ୍ରଥମେ ପ୍ରପୋଜ କରିଥିଲେ ଅର୍ଚ୍ଚିତା । ସେପଟେ ସବ୍ୟ ଖୁସିରେ ପାଗଳ ହୋଇଯାଇଥିଲେ । କାରଣ ସେ ଦିନରାତି ଯେଉଁ ଝିଅର ସ୍ବପ୍ନ ଦେଖୁଥିଲେ ସେ ତାଙ୍କ ସାମ୍ନାରେ ଥିଲେ । ଏହାପରେ ଗଢି ଉଠିଥିବା ପ୍ରେମ ସମ୍ପର୍କ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।