ଶିବରାତ୍ରୀ ପାଇଁ ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ବର ଚଳଚଂଚଳ

ନୀଳଗିରି,୧୧/୩ : ( ସଂକେତ୍ ଟିଭି) ପବିତ୍ର ମହା ଶିବାରତ୍ରି ଏବଂ ଜାଗର ପାଇଁ ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳର ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ବର ଚଳଚଞ୍ଚଳ ହୋଇଉଠିଛି। ପଞ୍ଚଲିଙ୍ଗେଶ୍ବର ପୀଠ ଖୋଲିବା ପରେ ସକାଳୁ ପୀଠରେ ପୂଜାର୍ଚ୍ଚନା କରିବା ଲାଗି ଗହଳି ବଢିବାରେ ଲାଗିଛି।

ବୁଧବାର ପ୍ରଶାସନ କୋଭିଡ ପାଇଁ ପ୍ରଥମେ ମନ୍ଦିରକୁ ଯିବାକୁ ବାରଣ କରିଥିଲା। କିନ୍ତୁ ପରେ ଭକ୍ତଙ୍କ ଭାବନା ପାଇଁ କଟକଣା କୋହଳ କରିଯାଇଥିଲା । ସକାଳ ୭ରୁ ସନ୍ଧ୍ୟା ୮ ପର୍ଯ୍ୟନ୍ତ ଭକ୍ତମାନେ ଶୈବପୀଠକୁ ଯାଇ ପୂଜାର୍ଚ୍ଚନା କରିପାରିବେ । ଏନେଇ ନୀତି ସ୍ଥିର ହୋଇଛି। କଟକଣା କୋହଳ ଶୁଣିବା ପରେ ଭକ୍ତଙ୍କ ମନରେ ଆନନ୍ଦର ଲହରୀ ଖେଳିଯାଇଛି।

ସେପଟେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମଧ୍ଯ ପଞ୍ଚଲିଙ୍ଗେଶ୍ବର ଶୈବପୀଠକୁ ଯାଇ ପୂଜାର୍ଚ୍ଚନା କରିଛନ୍ତି ।

Leave a Reply

Your email address will not be published. Required fields are marked *