ବିନା ଭକ୍ତରେ ଅନୁଷ୍ଠିତ ହେବ ପ୍ରସିଦ୍ଧ ଚନ୍ଦନେଶ୍ବର ଚଡକ ମେଳା

ବାଲିଆପାଳ ୨୧।୦୩: ( ଉମାକାନ୍ତ ନାୟକ) କରୋନା କଟକଣା ପାଇଁ ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକରେ ଥିବା ଉତ୍ତର ଓଡିଶାର ପ୍ରସିଦ୍ଧ ବାବା ଚନ୍ଦନେଶ୍ୱର ମନ୍ଦିରରେ ଅନୁଷ୍ଠିତ ହେବାକୁ ଥିବା ଚଡକ ମେଳାରେ ଭକ୍ତଙ୍କୁ ବାରଣ କରାଯାଇଛି । କେବଳ ସେବାୟତ ଓ ଟ୍ରଷ୍ଟ ବୋର୍ଡ଼ର ସଦସ୍ଯମାନେ ରହି ଚଡକ ମେଳାର ନୀତି କାନ୍ତି ପାଳନ କରିବେ । ଚଡ଼କ ମେଳାରେ ସାଧାରଣ ଲୋକଙ୍କୁ ଓ ଭକ୍ତଙ୍କୁ ସମ୍ପୂର୍ଣ ରୂପେ ବାରଣ କରାଯାଇଛି ।

କରୋନା କଟକଣାକୁ ଆଖି ଆଗରେ ରଖି ପ୍ରସିଦ୍ଧ ଶୈବପୀଠ ବାବା ଚନ୍ଦେନେଶ୍ୱର ମନ୍ଦିରରେ ଚଳିତ ବର୍ଷ ଚଡ଼କ ମେଳାକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏନେଇ ଚନ୍ଦେନେଶ୍ୱର ଯାତ୍ରୀ ନିବାସରେ ଠାରେ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା । କରୋନା ଦ୍ୱିତୀୟ ଲହରୀକୁ ଆଖି ଆଗରେ ରଖି ବାବାଙ୍କର କୌଳିକ ପ୍ରଥା ଅନୁସାରେ କେବଳ ନୀତି କାନ୍ତି ପାଳନ କରାଯିବ । କେବଳ ସେବାୟତ ଓ ଟ୍ରଷ୍ଟ ବୋର୍ଡ଼ର ସଦସ୍ଯମାନେ ରହି ରୀତି ନୀତିଅନୁଯାୟୀ ଚଡକମେଳାର ନୀତିକାନ୍ତି କାର୍ଯ୍ୟ କରିବେ । ଚଡ଼କ ମେଳାରେ ସାଧାରଣ ଲୋକଙ୍କୁ ଓ ଭକ୍ତଙ୍କୁ ସମ୍ପୂର୍ଣ ରୂପେ ବାରଣ କରାଯାଇଛି । ମନ୍ଦିର ପରିସରରେ ଶାନ୍ତି ଶୁଙ୍ଖଳା ଲାଗି ପୋଲିସ ବିଭାଗକୁ ତୀକ୍ଷଣ ନଜର ରଖିବାକୁ କୁହାଯାଇଛି । ପଡୋଶୀ ପଶ୍ଚିମବଙ୍ଗର ଭକ୍ତମାନଙ୍କୁ ଚଡ଼କ ମେଳାରୁ ନିବୃତ୍ତ ରଖିବା ପାଇଁ ମେଳା ସରିବା ଯାଏଁ ସୀମାକୁ ସିଲ କରିବାକୁ ନିର୍ଦେଶ ଦିଆଯାଇଛି । ସେହିପରି ଝାଡ଼ଖଣ୍ଡ ,ବିହାର, ଛତିଶଗଡ଼ର ଭକ୍ତଙ୍କୁ ମେଳାକୁ ନ ଆସିବା ପାଇଁ ଅନୁରୋଧ କରାଯାଇଛି । ଏହି ବୈଠକରେ ଭୋଗରାଇ ବିଧାୟକ ଅନନ୍ତ ଦାସ, ବାଲେଶ୍ବର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତି, ଜଳେଶ୍ବର ଏସଡିପିଓ ଅଙ୍କିତା କୁମ୍ଭାରଙ୍କ ସମେତ ଟ୍ରଷ୍ଟ ବୋର୍ଡର ସଦସ୍ଯ ଓ ବହୁ ବୁଦ୍ଧିଜୀବି ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *