FeaturedViral Video

ନୀଳଗିରି ସହରର ବିଚ୍ ରାସ୍ତାରେ ବୁଲୁଛନ୍ତି ଭାଲୁ

ନୀଳଗିରି, ୨୫/୦୩: ( ସଂକେତ୍ ଟିଭି) ବାଲେଶ୍ୱର ଜିଲ୍ଲାର ନୀଳଗିରି ସହର ମଧ୍ଯରେ ମଧ୍ଯ ରାତ୍ରରେ ଖୁଲମଖୁଲା ବୁଲୁଛି ଭାଲୁ । ଏହି ଦୃଶ୍ଯ ଦେଖିବାକୁ ମିଳିଛି ବୁଧବାର ମଧ୍ୟରାତିରେ ।

ଏହି ଭାଲୁଟି ସ୍ଥାନୀୟ ସ୍ବର୍ଣ୍ଣଚୂଡ଼ ପାହାଡ଼ ରୁ ଖସି ଆସି ଖାଦ୍ୟ ଅନ୍ୱେଷଣରେ କଚେରୀ ବଜାର ଦୁର୍ଗାମଣ୍ଡପ ପାଖରେ ଚାଲୁଥିଲା । ଜଣେ ବାଇକ ଆରୋହୀ ଭାଲୁଟି ସହିତ ସାମ୍ନାସାମ୍ନି ହେବା ପୂର୍ବରୁ କେତେକ କୁକୁର ତାକୁ ଘେରି ଯାଇଥିଲେ। ଭାଲୁଟି ଭୟଭୀତ ଅବସ୍ଥାରେ ମେଡିକାଲ ରୋଡ଼ରେ ଦୌଡି ପଳାଇ ଉପଜିଲ୍ଲାପାଳଙ୍କ ଅଫିସ ପରିସରକୁ ଗଳି ଯାଇଥିଲା। କୁହାଯାଇପାରେ ଯେ, ବୁଲା କୁକୁରଙ୍କ ଯୋଗୁଁ ନୀଳଗିରି ସହରରେ କୌଣସି ଲୋକଙ୍କ ଜୀବନହାନୀ ହୋଇନାହିଁ ।