FeaturedLatestViral Video

ଭାଇବହୁକୁ ମରଣାନ୍ତକ ଆକ୍ରମଣ କଲେ ଦେଢଶୁର ଓ ତାଙ୍କ ପରିବାର ଲୋକେ

ଜଳେଶ୍ବର, ୨୫/୦୩: (ଉମାକାନ୍ତ ନାୟକ ) ଘର ଡିହରେ ବାଡ ବସାଇବାକୁ ନେଇ ଦେଢଶୁର ଏବଂ ତାଙ୍କ ପରିବାର ସଦସ୍ଯମାନେ ଭାଇ ବୋହୁଙ୍କୁ ମାଡ ମାରୁଥିବାର ଭିଡିଓ ଭାଏରାଲ ହୋଇଛି । ଘଟଣାଟି ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଗଡ଼ସାହି ବାଲିଆପାଳ ଅଞ୍ଚଳରେ ।

ସୂଚନା ଅନୁସାରେ, ଗଡସାହି ବାଲିଆପାଳ ଗ୍ରାମର ଜ୍ଞାନ ରଞ୍ଜନ କରଣ ଗୋଆରେ ରହି କାମ କରନ୍ତି । ଜ୍ଞାନ ରଞ୍ଜନ ଏବଂ ବଡଭାଇ ବରେନ୍ଦ୍ର ସହିତ ଜମି ବାଡ଼ି ନେଇ ସବୁ ସମୟରେ ଗଣ୍ଡଗୋଳ ଲାଗି ରହିଥାଏ । ଜ୍ଞାନ ରଞ୍ଜନ ଗୋଆରେ ରହୁଥିବା ବେଳେ ଘରେ ସ୍ତ୍ରୀ ଝିଅ ଓ ପୁଅ ଘରେ ରୁହନ୍ତି । ଉଭୟ ପରିବାର ମଧ୍ୟରେ ଘର ଡିହକୁ ନେଇ ଗଣ୍ଡ ଗୋଳ ଲାଗି ରହିଥିଲା । ଗତକାଲି ଜ୍ଞାନ ରଞ୍ଜନର ସ୍ତ୍ରୀ ନିଜ ଡିହରେ ମଜୁରୀ ନେଇ ବାଡ ଦେଉଥିଲା ବେଳେ ବରେନ୍ଦ୍ର କରଣ, ତାଙ୍କ ସ୍ତ୍ରୀ ଏବଂ ପୁଅ ଉତକ୍ଷିପ୍ତ ହୋଇ ଜ୍ଞାନଙ୍କ ସ୍ତ୍ରୀଙ୍କୁ ଅମାନୁଷିକ ଭାବରେ ମାଡ ମାରି ଥିଲେ । ଏଥିରେ ମହିଳା ଜଣକ ଦେହରେ ଗଭୀର କ୍ଷତ ଲାଗିଛି । ମହିଳା ଜଣକ ନ୍ୟାୟ ପାଇଁ ଜଳେଶ୍ୱର ଥାନାରେ ଦ୍ଵାରସ୍ଥ ହୋଇଛନ୍ତି । ପୋଲିସ ଅଭିଯୋଗ ପାଇ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଏହି ଘଟଣାର ଭିଡିଓ ଏବେ ଭାଏରାଲ ହୋଇଛି ।