ଜୁଆ ଅଡ୍ଡା ଉପରେ ଚଢ଼ାଉ : ୧୪ ଜଣ ଜୁଆଡ଼ିଙ୍କୁ ଗିରଫ କଲା ପୋଲିସ

କଟକ ୦୨।୪ : (ପୂର୍ଣ୍ଣେନ୍ଦୁ ପ୍ରଧାନ) ଜୁଆ ଅଡ୍ଡା ଉପରେ ଚଢ଼ାଉ କରି ୧୪ ଜଣ ଜୁଆଡ଼ିଙ୍କୁ ଗିରଫ କଲା କଟକ ମାଲଗୋଦାମ ଥାନା ପୋଲିସ୍। କଟକ କଲେଜ ଛକ ନିକଟସ୍ଥ ସିଡିଏ ମାର୍କେଟ କମ୍ପଲେକ୍ସରୁ ସମସ୍ତଙ୍କୁ ଗିରଫ କରାଯାଇଛି ।

ତେବେ ଖବର ପାଇ ମାଲଗୋଦାମ ଥାନା ଆଡା ସ୍ଥଳରେ ପହଁଞ୍ଚି ୧୪ ଜଣଙ୍କୁ ଗିରଫ କରିବା ସହିତ ୩୭ ହଜାରରୁ ଉର୍ଦ୍ଧ୍ବ ଟଙ୍କା, ୧୦ ଟି ମୋବାଇଲ ଜବତ, କାଲକୁଲେଟର, ଷ୍ଟମ୍ପ ପ୍ୟାଡ଼, ସଟା ବୋର୍ଡ, କଲମ,କାଗଜ ଜବତ କରାଯାଇଛି। ଅଭିଯୁକ୍ତମାନଙ୍କୁ ଆଜି ପୋଲିସ କୋର୍ଟ ଚାଲାଣ କରିଛି।

Leave a Reply

Your email address will not be published. Required fields are marked *